THE BYAPINI

ମାର୍ଚ୍ଚରୁ ମେ’..୩ ମାସ ଜଳିବ ଓଡିଶା!

Get real time updates directly on you device, subscribe now.

ମାର୍ଚ୍ଚରୁ ମେ’ ମାସ ଯାଏ ହୁସିଆର । କାରଣ ଚଳିତବର୍ଷ ଏହି ୩ ମାସ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ଅସହ୍ୟ ଖରାରେ ଜଳିବ ଓଡ଼ିଶା । ଓଡ଼ିଶା ଉପରେ ସୂର୍ୟ୍ୟଙ୍କ ପ୍ରକୋପ ଅଧିକ ରହିବ । ପାଣିପାଗ ବିଭାଗ ବିଭାଗ ପକ୍ଷରୁ ଏନେଇ ସତର୍କ କରାଯାଇଛି । ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବ ।

ମାର୍ଚ୍ଚ ମାସ ହେଉଣୁ ଏତେ ଖରା ହେଉଛି ଯେ ଦନବେଳା ଘରୁ ବାହାରିବା କଷ୍ଟକର ହୋଇପଡିଲାଣି । କିନ୍ତୁ ମେ’ ମାସ ଯାଏ ହୁସିଆର ରହିବାକୁ ପଡିବ । କାରଣ ଏହି ୩ ମାସେ ଅଧିକ ଖରା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ମଧ୍ୟରେ ଉତର, ଉତର-ପଶ୍ଚିମ ଓ ଉତର ପୂର୍ବ ଭାରତର ଅଧିକାଂଶ ଅଂଚଳରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବ ।

କେବଳ ଏତିକି ନୁହେଁ, ଏଥିସହ କେନ୍ଦ୍ରିୟ ଭାରତର ପୂର୍ବ ଏବଂ ପଶ୍ଚିମଭାଗ ସମେତ ଉତର ଉପଦ୍ୱୀପ ଭାରତର ଉପକୂଳବର୍ତ୍ତି ଅଂଚଳର କିଛି ଅଂଶ ସ୍ୱାଭାବିକ୍ ତାପମାତ୍ରା ଠାରୁ ଅଧିକା ରହିବ । ଏହି କ୍ରମରେ ଆସନ୍ତା ୩ମାସରେ ଓଡ଼ିଶାର ତାପମାତ୍ରା ମଧ୍ୟ ଅଧିକା ରହିବ । ଆଜି ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ‌ମାର୍ଚ୍ଚରୁ ମେ’ ମାସ ପର୍ୟ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନ କରାଯାଇଛି। ଏଥିସହ ଏହି ଆକଳନ ୭୦ରୁ ୧୦୦% ସଠିକ୍‌ ବୋଲି କେନ୍ଦ୍ର ପକ୍ଷରୁ ଦୃଢ଼ୋକ୍ତି ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ଚାଲିଥିବା‌ ଲା-ନିନା ଏପ୍ରିଲ ଯାଏ ଚାଲିବ। ଏହାପରେ ନ୍ୟୁଟ୍ରାଲ୍‌ ଅବସ୍ଥା ଆସିବ। ଲା-ନିନାର ପ୍ରଭାବରେ ଚଳିତ ବର୍ଷ ଉତ୍ତର ଭାରତରେ ଅଧିକ ଥଣ୍ଡା ହୋଇଥିବା ବେଳେ ଦକ୍ଷିଣ ଭାରତରେ ବର୍ଷା ଅଧିକ ହୋଇଥିଲା। କିନ୍ତୁ ଲା-ନିନା ପ୍ରଭାବରେ ନା ଓଡ଼ିଶାରେ ଅତ୍ୟଧିକ ଥଣ୍ଡା ଦେଖାଯାଇଥିଲା ନା ବର୍ଷା ହୋଇଥିଲା। ଚଳିତ ବର୍ଷ ଓଡ଼ିଶାରେ ଶୀତ ଦିନ ସଂଖ୍ୟା କମ୍‌ ଓ ଶୀତ ପ୍ରଭାବ କମ୍‌ ରହିଥିବା ବେଳେ ଡିସେମ୍ବରଠାରୁ ୩ ମାସ ପର୍ୟ୍ୟନ୍ତ ରାଜ୍ୟରେ ବିଲ୍‌କୁଲ ବର୍ଷ‌ା ହୋଇନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.