ବଦଳିଲା ସ୍କୁଲ ଟାଇମ୍
ପୁଣି ବଦଳିଲା ସ୍କୁଲ ସମୟ । ରାଜ୍ୟର ଅନେକ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତନ କରାଯାଇଛି । ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ ଥିବାବେଳେ କେବଳ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛି ବିଭାଗ । ତେବେ ଦଶମ, ଦ୍ୱାଦଶ ପିଲାମାନଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ୟ୍ୟନ୍ତ ଚାଲିବ ସ୍କୁଲ ।ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ସ୍କୁଲ ଚାଲୁଛି । ତେବେ ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ଅପରାହ୍ଣ ୧ଟା ପର୍ୟ୍ୟନ୍ତ ସ୍କୁଲ ଚାଲିବାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବିରୋଧ କରାଯିବା ପରେ ସରକାର ଏହି ସମୟରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ସବୁ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂଅ ସଜାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏମିତି ରହିଛି ଯେ, ଫେବୃଆରୀ ଶେଷ ହେଉଣୁ ଅନେକ ସହରରେ ତାପମାତ୍ର ୩୭ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ଵର ତ ତାପମାତ୍ରା ବୃଦ୍ଧିରେ ରେକର୍ଡ କରିଛି। ଗତ କେଇ ଦିନ ହେବ ରାଜଧାନୀରେ ତାପମାତ୍ର ୪୦ ଛୁଇଁଛି। ଏସକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।