THE BYAPINI

ଶିମିଳିପାଳ ଜଙ୍ଗଲରେ କେମିତି ଲାଗିଲା ନିଆଁ ?

Get real time updates directly on you device, subscribe now.

ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଜଳୁଛି । ଦୀର୍ଘ ଦିନ ପର୍ୟ୍ୟନ୍ତ ନିଆଁକୁ ଲିଭାଇବାକୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ଟ୍ୱିଟ କରି କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଥିଲେ ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଏମ୍.ଭଞ୍ଜଦେଓ । ଏହାପରେ ଆକ୍ସନ ମୁଡକୁ ଚାଲି ଆସିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଘଟଣାର ଅନୁଧ୍ୟାନ ପାଇଁ ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ ସମେତ ଏକ ଟିମ୍‌ ଶିମିଳିପାଳକୁ ଯାଇଛନ୍ତି। କିପରି ଓ କାହିଁକି ନିଆଁ ଲାଗିଲା ସେନେଇ ଅନୁଧ୍ୟାନ କରି ପଦକ୍ଷେପ ନେବେ ପିସିସିଏଫ୍।

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ପିସିସିଏଫଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ କେମିତି ଲାଗିଛି, କାହିଁକି ଲାଗିଲା, ୱାଇଲ୍‌ଡ ଲାଇଫ୍‌ ପିସିସିଏଫ ତାହା ଅନୁଧ୍ୟାନ କରିବେ। ଆସନ୍ତକାଲି ଜଙ୍ଗଲ ଓ ପରିବେଶ ବିଭାଗକୁ ପିସିସିଏଫ୍‌ ରିପୋର୍ଟ ଦେବେ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଥରୀ ଆରୁଖ କହିଛନ୍ତି ।
ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ ଭୟଭୀତ ହୋଇପଡିଛନ୍ତି । ଜଙ୍ଗଲରେ ବହୁ ଔଷଧୀୟ ଗଛ ପୋଡ଼ି ଯାଉଛି। ବିଶେଷ କରି ଅଭୟାରଣ୍ୟର ଦକ୍ଷିଣ ଭାଗରେ ଥିବା ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ସେହିପରି ଉତ୍ତରପଟେ ଥିବା ଠାକୁରମୁଣ୍ଡା ରେଞ୍ଜର ମିଟୁଆଣି, କେନ୍ଦୁମୁଣ୍ଡି ଜଙ୍ଗଲ ମଧ୍ୟ ଜଳୁଛି ନିଆଁର ପ୍ରକୋପ ଧିରେ ଧିରେ ବଢୁଥିବାରୁ ଜଙ୍ଗଲରେ ଥିବା ବଡ଼ବଡ଼ ଗଛ ଜଳିଯିବା ଆଶଙ୍କା ରହିଛି ।

ଜଳୁଛି ଶିମିଳିପାଳ ଅଭୟାରଣ୍ୟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିବା ସହ ନିଆଁ ଲିଭା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ନିବେଦନ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶିମିଳିପାଳରେ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହା ଏସିଆ ମହାଦେଶ ପାଇଁ ଭଲ ସଂକେତ ନୁହେଁ ବୋଲି ସେ ଟ୍ୱିଟ୍ କରିଛନ୍ତି।ଏ ହି ଘଟଣା ସମ୍ପର୍କରେ ଅବଗତ ହେବା ପରେ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର । ସେ ଟୁଇଟ୍ କରି ଲେଖିଛନ୍ତି- ମୁଁ ଅଧିକାରୀଙ୍କୁ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ମତେ ଜଣାଇବାକୁ ନିର୍ଦ୍ଦେଶ ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.