THE BYAPINI

କୋଭାକ୍ସିନ ୮୧% ଫଳପ୍ରଦ

Get real time updates directly on you device, subscribe now.

ସ୍ୱଦେଶୀ କରୋନା ଟିକା କୋଭାକ୍ସିନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ପରେ ଏଭଳି ଦାବି କରାଯାଇଛି। କୋଭାକ୍ସିନ କରୋନାକୁ ମାତ୍‌ ଦେବାରେ ୮୧% ସଫଳ ବୋଲି ଜଣାପଡିଛି । ସେହିପରି ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ବିରୋଧରେ ବି ଏହା ଫଳପ୍ରଦ।

କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ଟ୍ରାଏଲରୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ କୋଭାକ୍ସିନ କରୋନାକୁ ଦୂରେଇ ରଖିବାରେ ୮୧% ସଫଳ। ଜଣେ ବ୍ୟକ୍ତି ଦୁଇଟି ଡୋଜ୍‌ ନେବା ପରେ କରୋନାକୁ ବେଶ ଆରାମରେ ହରାଇ ପାରିବ। ଏନେଇ ପ୍ରେସମିଟ କରି ଭାରତ ବାୟୋଟେକର ଚେୟାରମ୍ୟାନ ଡା.କ୍ରିଷ୍ଣାଇଲା ସୂଚନା ଦେଇଛନ୍ତି । ଏହାର ସଫଳତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ଆସି ନଥିଲେ ହେଁ ଏହାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା।

କରୋନାକୁ ମାତ୍ ଦେବ କୋଭାକ୍ସିନ

ତୃତୀୟ ପର୍ୟ୍ୟାୟ ଟ୍ରାଏଲରେ ୨୫ଟି ସହରରୁ ମୋଟ ୨୫,୮୦୦ ଲୋକ ସାମିଲ ହୋଇଥିଲେ। ଏମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌କୁ ଟିକା ଓ ଅନ୍ୟ ଗ୍ରୁପ୍‌କୁ ପ୍ଲାସବୋ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଟିକା ଅନ୍ୟ କରୋନା ଟିକା ତୁଳନାରେ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.