THE BYAPINI

ବିବନ ମୁହଁରୁ ସତ ଓଗାଳିବ ସିବିଆଇ!

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଇଛି ସିବିଆଇ । ସିବିଆଇର ତଦନ୍ତ ଅଧିକାରୀଙ୍କ ନେତୃତ୍ୱରେ ଝାରପଡ଼ା ଜେଲରେ ୪ଜଣିଆ ଟିମ୍ ପହଞ୍ଚି ବିବନକୁ ରିମାଣ୍ଡରେ ନେଇଛନ୍ତି । ରିମାଣ୍ଡ ବେଳେ ସିବିଆଇ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗୁଡ଼େଇ ତୁଡ଼େଇ ବିଭିନ୍ନ ପ୍ରଶ୍ନ ପଚାରି ତାଠାରୁ ଅଧିକ ତଥ୍ୟ ହାସଲ କରିବେ । ବିବନ ଫେରାର ପଛରେ କିଏ ସଂପୃକ୍ତି ଥିଲା, ତା ଉପରୁ ମଧ୍ୟ ପରଦା ଉଠିପାରେ ।

ରିମାଣ୍ଡ ମଧ୍ୟରେ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇପାରେ ।ବିବନକୁ ନେଇ ତଦନ୍ତକାରୀ ଟିମ ତାହାର ଘରକୁ ମଧ୍ୟ ଯାଇପାରେ । ବିବନ ସମ୍ପର୍କରେ ତାର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିପାରେ । ଅପରାଧ ଘଟାଇବା ପରେ ବିବନ ଘରକୁ ଆସିଥିଲା କି? ପିନ୍ଧିଥିବା ପୋଷାକ ଲୁଚାଇ ଥିଲା କି? ତନାଘନା ଆରମ୍ଭ ହେବା ପରେ ବିବନ କେବେ ଫେରାର ହୋଇଥିଲା? ବିବନ ପରିବାର ସହ ଯୋଗାଯୋଗରେ ରହୁଥିଲା କି? ବିବନ ଫେରାର ହେବାରେ କାହାର ହାତ ରହିଛି କି? କିଏ ସହଯୋଗ କରିଥିଲା କି?ଏସବୁ ନେଇ ମଧ୍ୟ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି। ରିମାଣ୍ଡ ସମୟ ମଧ୍ୟରେ ବିବନର ବୟାନ ରେକର୍ଡ ସହ ଡାକ୍ତରୀ ମାଇନା ମଧ୍ୟ କରାଯିବ।

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳର ଗତକାଲି ଟିଆଇ ପରେଡ୍ ହୋଇଥିଲା। ଝାରପଡ଼ା ଜେଲ୍ ପରିସରରେ ହୋଇଥିବା ଏହି ଟିଆଇ ପରେଡ୍‌ରେ ବିବନ ବିଶ୍ବାଳକୁ ଅଞ୍ଜନା ଚିହ୍ନଟ କରିଥିଲେ। ସେହିପରି ଘଟଣାଦିନ ଯେଉଁ କାର୍‌ରେ ଅଞ୍ଜନା ଯାଉଥିଲେ ସେହି ଗାଡ଼ିର ଡ୍ରାଇଭର ମଧ୍ୟ ବିବନକୁ ଚିହ୍ନଟ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.