THE BYAPINI

ଷ୍ଟିଲ ସିଟି ହେବ କେନ୍ଦ୍ରାପଡା

Get real time updates directly on you device, subscribe now.

ଷ୍ଟିଲ ସିଟି ହେବ କେନ୍ଦ୍ରାପଡା । କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ବିଶ୍ବର ବୃହତ୍ତମ ଷ୍ଟିଲ କମ୍ପାନି ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ କରାଯାଇଛି ।

ଏହି ଷ୍ଟିଲ୍ ପ୍ଲାଣ୍ଟ ଲାଗି ମିତ୍ତଲ ପକ୍ଷରୁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉ ଥିବା ନେଇ ସୂଚନା ମିଳିଛି । ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ରାପଡାରେ ବାର୍ଷିକ ୧୨ ମିଲିୟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ କାରଖାନା ପ୍ରତଷ୍ଠା କରିବ ଆର୍ସେଲର ମିତ୍ତଲର ନିପନ ଷ୍ଟିଲ । ଏଥିପାଇଁ ୫୦ହଜାର କୋଟି ଟଙ୍କା ନିବେଶ କରାଯିବ । ଆଜି ଲୋକସେବା ଭବନରେ ଏହି ଏମଓୟୁ ସ୍ୱାକ୍ଷର ବେଳେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତଲର ଏଲଏନ ମିତ୍ତଲ ।

ଗତ ୨୦୧୯ରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ଓଡ଼ିଶାର ପାରାଦୀପଠାରେ ଥିବା ଏସାର ଷ୍ଟିଲର ପେଲେଟ, ବେନିଫିସିଏସନ ପ୍ରକଳ୍ପ ଓ ପାଇପଲାଇନକୁ ଖରିଦ କରିଥିଲା । ଗତ ବର୍ଷ ହୋଇଥିବା ଖଣି ନିଲାମରେ ମଧ୍ୟ ଆର୍ସେଲର ମିତ୍ତଲ ଠାକୁରାଣୀ ଓ ସାଗସାହି ଲୁହାପଥର ଖଣି ହାସଲ କରିଥିଲା । ଗତ ୨୦୦୬ ରେ ମିତ୍ତଲ ଷ୍ଟିଲ କେନ୍ଦୁଝରରେ ଏକ ଷ୍ଟିଲ ପ୍ଲାଣ୍ଟ କରିବାକୁ ଏମଓୟୁ କରିଥିଲେ ମଧ୍ୟ ପରେ ତାହା ବାତିଲ ହୋଇଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.