THE BYAPINI

ବାହାବେଦୀରୁ ମଶାଣୀ..

Get real time updates directly on you device, subscribe now.

ବେଦୀରେ ହାତଗଣ୍ଠି ପଡିଲା । ଧୁମଧାମରେ ବାହାଘର ସରିଲା । ହେଲେ ବିଦାୟୀ ବେଳେ ବାପଘର ଛାଡି ଶାଶୁଘର ଯିବାର ଦୁଃଖ ସହିପାରିନଥିଲେ ନବବଧୂ । କାନ୍ଦି କାନ୍ଦି ଅଚେତ ହୋଇପଡିଥିଲେ । କିଛି ସମୟ ଧରି ଚେତା ନଆସିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ଆଉ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଯୁଲୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା ।

ଆଖିରେ ଆଖିଏ ସ୍ବପ୍ନ ଆଉ କେତେ ଆଶା ନେଇ ସ୍ବାମୀଙ୍କ ସହ ସୁଖରେ ସଂସାର କରିବେ ବୋଲି ଭାବିଥିଲେ । ଗୋଟିଏ ଦିନରେ ସବୁ ହୋଇଗଲା ଛାରଖାର । ବାହାଘର ବିଦାୟୀ ବେଳେ ଘଟିଲା ଅଘଟଣ । କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା । ଆଉ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା କନ୍ୟାର ମୃତଦେହ ।

ଯୁଲୁଣ୍ଡା ଗ୍ରାମର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁର ଵିଶିକେଶନ ସାହୁଙ୍କ ବାହାଘର ଧୁମଧାମରେ ସରିଥିଲା। ଝିଅ ରୋଜିଙ୍କୁ ବିଦା କରିବା ସମୟରେ ହଠାତ ଝିଅ ଅସୁସ୍ଥ ହୋଇ ପଡ଼ି ଚେତାଶୂନ୍ୟ ହୋଇ ଯାଇଥିଲେ। ଏହାପରେ ରୋଜିଙ୍କୁ ସେଠାରୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ନବବଧୂଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ବର୍ତ୍ତମାନ ଶଵ ବ୍ୟବଚ୍ଛେଦ କରିବା ପାଇଁ ପୁଲିସର ତଦନ୍ତ ଚାଲିଥିବା ଜଣାପଡ଼ିଛି । କିଛି ମାସ ପୂର୍ବରୁ ରୋଜିଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ଝିଅ ମାନସିକ ଚାପରେ ରହି ଆସୁଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.