THE BYAPINI

ଧର୍ମେନ୍ଦ୍ରଙ୍କ କଥା ରଖିଲେ ତୋମାର

Get real time updates directly on you device, subscribe now.

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଏଣିକି ଓଡିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପିଏମ କିଷାନ ଯୋଜନାର ଲାଭ ଯୋଗ୍ୟ ଚାଷୀଙ୍କୁ ପହଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ କରି ତୋମାର ସୂଚନା ଦେଇଛନ୍ତି ।

ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପାଇବା ପରେ ଏନେଇ ତ୍ବରିତ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଏନେଇ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଅନ୍ୟପଟେ ଏହାର ପ୍ରତି ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ କିଷାନର କିସ୍ତି ଟଙ୍କା ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀଙ୍କୁ ମିଳିବା ନେଇ ତତକ୍ଷଣାତ୍ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଓ ପ୍ରତିଶ୍ରୁତି ଦେଇଥିବାରୁ କୃଷିମନ୍ତ୍ରୀଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି । ସମସ୍ତ ପ୍ରଶାସନିକ ତଥା ପିଏମ କିଷାନ ସହିତ ଜଡ଼ିତ ବିଷୟ ଗୁଡ଼ିକୁ ତୁରନ୍ତ ସମାଧାନ କରିବା ହେଉଛି ସରକାରଙ୍କ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ଭାରତବର୍ଷର ଚାଷୀଙ୍କ କଲ୍ୟାଣ ପାଇଁ ନିରନ୍ତର କାମ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କିପରି ମିଳିପାରିବ ସେ ନେଇ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଡ଼କାଯାଉ ଏବଂ ଏହି ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ତୋମାରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ତୋମାରଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଚିଠିରେ ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ । ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଥଗିତ ଥିବା କିସ୍ତି ଟଙ୍କାକୁ ଠିକ୍ କରାଯାଇ ତୁରନ୍ତ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ । ପ୍ରତିଥର ପିଏମ୍‌ କିଷାନରେ କିସ୍ତି ଦିଆଯିବା ପୂର୍ବରୁ ରାଜ୍ୟମାନଙ୍କ ପାଇଁ କିଛି ପରିବର୍ତ୍ତନ କରିବା କାରଣରୁ ପିଏମ୍‌ କିଷାନ ହିତାଧିକାରୀଙ୍କ ତଥ୍ୟ ଖୋଲାଯାଏ। ଓଡ଼ିଶା ସରକାର ଚାଷୀଙ୍କ ପ୍ରକୃତ ଯାଞ୍ଚ କରିବା ପାଇଁ ପାଖାପାଖି ୧୪.୫ ଲକ୍ଷ ଚାଷୀଙ୍କ କିସ୍ତି ନଦେବା ପାଇଁ ନିଦ୍ଦେର୍ଶଜାରୀ କରିଥିଲେ। ଯାହା ଭାରତର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଅସାଧାରଣ। ଏହା ଦ୍ୱାରା ଓଡ଼ିଶାରେ କେବଳ ୨୩ ଲକ୍ଷ ଚାଷୀ ପିଏମ୍‌ କିଷାନ ହିତାଧିକାରୀ ଲାଭ ପାଇପାରିଥିଲେ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Get real time updates directly on you device, subscribe now.

Leave A Reply

Your email address will not be published.