THE BYAPINI

କେଉଁ ରିପୋର୍ଟ ଠିକ? ଆଇଜିଏଚରେ ପଜିଟିଭ, ଆରଏମଆରସିରେ ନେଗେଟିଭ୍

Get real time updates directly on you device, subscribe now.

ପ୍ରଥମେ ପଜିଟିଭ, ପରେ ନେଗେଟିଭ । କେଉଁ ରିପୋର୍ଟ ଠିକ? ଜଣେ ଡାକ୍ତରଙ୍କ କରୋନା ରିପୋର୍ଟକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ । ଦୁଇ ଦୁଇଥର ଟିକା ନେଇସାରିଥିବା ରାଉରକେଲାର ଜଣେ ବରିଷ୍ଠ ଡାକ୍ତରଙ୍କ ଆଇଜିଏଚରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଆରଏମଆରସିରୁ ଆରଟି ପିସିଆର୍ ରିପୋର୍ଟ ନେଗେଟିଭ୍ ଆସିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଟିକା ନେବାପରେ ମଧ୍ୟ ରାଉରକେଲାର ଜଣେ ଡାକ୍ତରଙ୍କ କରୋନା ପଜିଟିଭି ଆସିଥିବା ଜଣାପଡିଥିଲା । ତେବେ ପୁଣିଥରେ ତାଙ୍କର ନମୁନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଛି । ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ୟ୍ୟରତ ଡାକ୍ତର ଏସ ସୁଲେମାନ ଗତମାସ ୧୫ ତାରିଖରେ ପ୍ରଥମ ଡୋଜ୍ କରୋନା ଟିକା ଓ ପୁଣି ଫେବ୍ରୁଆରୀ ୧୬ରେ ଦ୍ୱିତୀୟ ଡୋଜ୍ କରୋନା ଟିକା ନେଇଥିଲେ । ହେଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ କରୋନା ପରୀକ୍ଷା କରାଯାଇଥିଲା । ଆରଟିପିସିଆର ଟେଷ୍ଟ କରାଯାଇଥିବାବେଳେ ରିପୋର୍ଟ ପଜିଟିଭ ଆସିଥିଲା । ଯାହାକି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଥିଲା। ତେଣୁ ପୁଣିଥରେ ଆରଏମଆରସିରେ ସେହି ଆରଟିପିସିଆର ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିଛି । ତେଣୁ ଏହି ଦୁଇଟି ଟେଷ୍ଟରୁ କେଉଁ ପରୀକ୍ଷା ରିପୋର୍ଟ ସଠିକ୍ ତାକୁ ନେଇ ପ୍ରଶ୍ନ ଉଠିଛି।

ତେଣୁ ଆଇଜିଏଚରେ ଯେଉଁ ନମୁନା ପରୀକ୍ଷା ହୋଇଥିଲା, ତାହା ପୁଣି ପରୀକ୍ଷା ହେବ । ଆରଏମଆରସିରେ ତାହା ପୁଣିଥରେ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛ । ଡାକ୍ତରଙ୍କ ଆଣ୍ଟିବଡି ବହୁ ଅଧିକ ଥିବା ଆରଏମଆରସି ରିପୋର୍ଟରେ ଉଲ୍ଲେଖ ଅଛି ।

Get real time updates directly on you device, subscribe now.

Leave A Reply

Your email address will not be published.