ଦଣ୍ଡାଦେଶ ପରେ ଦିଲ୍ଲୀପ ରାୟଙ୍କୁ ତୁରନ୍ତ ମିଳିଲା ଜାମିନ୍। କୋଇଲା ଦୁର୍ନୀତି ମାମଲାରେ ଜେଲ୍ ଦଣ୍ଡାଦେଶ ପରେ ବେଲ୍।
କୋଇଲା ଖଣି ଆବଟଂନ ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କୁ ଦଣ୍ଡାଦେଶ ମିଳୁମିଳୁ ତୁରନ୍ତ ଜାମିନ ମିଳିଯାଇଛି । କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଦିଲ୍ଲୀପଙ୍କ ସମେତ ୩ ଜଣଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଏନେଇ ଦିଲ୍ଲୀପ ରାୟ ସେହି କୋର୍ଟରେ ଜାମିନ ଆବଦେନ କରିଥିବା ବେଳେ ଦଣ୍ଡାଦେଶର ସଂଗେ ସଂଗେ ତାଙ୍କୁ ବେଲ ମିଳିଥିଲା । ତେବେ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲବେଣ୍ଡରେ କୋର୍ଟ ଦିଲ୍ଲୀପଙ୍କୁ ଜାମିନ ଦେଇଛି ।
ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଇପିସି ୧୨୦ ବି, ୪୦୯ ଓ ୪୨୦ରେ ଧାରା ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପୂର୍ବରୁ ଦିଲ୍ଲୀର ଏକ କୋର୍ଟ ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୧୯୯୯ରେ କାଷ୍ଟ୍ରନ୍ ଟେକ୍ନୋଲୋଜିକୁ ଝାଡଖଣ୍ଡ ବ୍ରହ୍ମଡିହା କୋଲ ବ୍ଲକ ଆବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମାମଲାରେ ସେତେବେଳେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବା ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ । ତେବେ ଆଜି ଦିଲ୍ଲୀପଙ୍କ ସମେତ ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଦୋଷୀ ସାବ୍ୟସ୍ତ ହୋଇଥିଲେ ।