THE BYAPINI

ଦିଲ୍ଲୀପ ରାୟଙ୍କୁ କରୋନା

Get real time updates directly on you device, subscribe now.

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ କରୋନା । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ଦିଲ୍ଲୀପ ରାୟ କହିଛନ୍ତି, କୋଭିଡ୍‌-୧୯ର ପ୍ରାରମ୍ଭିକ ଲକ୍ଷଣ ଜଣାପଡ଼ିବା ପରେ ସେ ପରୀକ୍ଷା କରାଇଥିଲେ ଏବଂ ତାହା ପଜିଟିଭ୍‌ ଆସିଛି ବୋଲି ଗତକାଲି ମିଳିଥିବା ରିପୋର୍ଟରୁ ଜାଣିଲେ । ତାଙ୍କୁ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାରୁ ଏହା ବିଶେଷ ଚିନ୍ତାର ବିଷୟ ନୁହେଁ। କିନ୍ତୁ, ଭୂତାଣୁ ସଂକ୍ରମଣକୁ ଖାମଖିଆଲି ଭାବେ ଗ୍ରହଣ ନକରିବାକୁ ସେ ଅନୁରୋଧ କରିଛନ୍ତି।

ଦିଲ୍ଲୀପ ରାୟ କହିଛନ୍ତି, ସେ ମହାମାରୀ ସଂକ୍ରମଣର ପ୍ରାରମ୍ଭିକ ସମୟରେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ସମେତ ଅନ୍ୟାନ୍ୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକାରୀ ପଦକ୍ଷେପ, ଅଦା-ରସୁଣ ପାଣି ପିଇବା ଭଳି ଅନେକ ସତର୍କତାମୂଳକ ପଦକ୍ଷେପ ନେଇଥିଲେ । କିନ୍ତୁ, ସମୟକ୍ରମେ ସେ ଏହି ଭୂତାଣୁଜନିତ ବିପଦ ପ୍ରତି ବେପରୁଆ ହୋଇଗଲେ । ଯାହା ପାଇଁ ତାଙ୍କ ପ୍ରତିଫଳ ଭୋଗିବାକୁ ପଡୁଛି ବୋଲି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ମେ ଟିକା ପାଇଛନ୍ତି, କିନ୍ତୁ ଏଯାବତ୍‌ ସମସ୍ତଙ୍କୁ ଟିକା ଦିଆଯାଇ ନାହିଁ। ‘ହର୍ଡ ଇମ୍ୟୁନିଟି’ ଆସିବା ସମୟସାପେକ୍ଷ ହୋଇଥିବାରୁ ଆମର ତଥା ଆମ ପ୍ରିୟପରିଜନଙ୍କ ସୁରକ୍ଷା ନିମନ୍ତେ ସତର୍କତା ଏବଂ ସୁରକ୍ଷାଭିତ୍ତିକ ପଦକ୍ଷେପ ସବୁ ଗ୍ରହଣ କରିବା ଉଚିତ। ଖୁବ୍‌ ଶୀଘ୍ର ସେ ସୁସ୍ଥ ହୋଇଯିବେ। ଡାକ୍ତରଙ୍କ ପରାମର୍ଶକ୍ରମେ ଏକୁଟିଆ ରହୁଛନ୍ତି । ବେପରୁଆ ନ ହୋଇ ହୁସିଆର୍‌ ରହିବାଲାଗି ଅନୁରୋଧ କରିଛନ୍ତି ଦିଲ୍ଲୀପ ରାୟ ।

Get real time updates directly on you device, subscribe now.

Leave A Reply

Your email address will not be published.