THE BYAPINI

‘ମାଆ ମାନେ ଜନ୍ମରୁ ନେତା’

Get real time updates directly on you device, subscribe now.

ଫୋକସରେ ମହିଳା । ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବାକୁ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜନୈତିକ ଦଳ । ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ବଡ଼ ଧରଣର ମହିଳା ସମାବେଶ ଆୟୋଜନ କରାଯାଇଥିବା ବେଳେ ମାହାଙ୍ଗାରେ ମଧ୍ୟ ବିଜେପି ପକ୍ଷରୁ ଏକ ମହିଳା ସମାବେଶ ଆୟୋଜନ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଭାରୀ ପୁରନ୍ଦେଶ୍ୱରୀ ।

ବିଜେଡିର ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମହିଳାଙ୍କୁ ନେଇ ବଡ ବୟାନ ରଖିଛନ୍ତି । ବିଜେଡିର ଫୋକସରେ ମହିଳା ମାନେ ରହିଛନ୍ତି । ମାଆ ମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଜେଡି କାମ କରୁଛି । ଯେଉଁଥିପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିଛୁ । ସେହିଭଳି ସଂସଦ ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଛୁ ବୋଲି ନବୀନ କହିଛନ୍ତି ।ମାଆ ମାନେ ଜନ୍ମରୁ ନେତା, ଯେଉଁ ମାଆ ମାନେ ଘରର ଦାୟିତ୍ୱ ସୂଚାରୁ ରୂପେ ତୁଲାଉଛନ୍ତି ସେମାନେ ଦେଶର ନେତୃତ୍ୱ ନେବାରେ ଅସୁବିଧା କେଉଁଠି? ପ୍ରତିଟି ମା’ଙ୍କ ଭିତରେ ନେତୃତ୍ୱ ନେବାର କ୍ଷମତା ରହିଛି । ତେଣୁ ମାଆର ସେହି ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ । ସେଥିପାଇଁ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ପୋତ୍ସାହିତ କରି ଆସୁଛି ବିଜେଡି । ମାଆ ମାନଙ୍କ ବିକାଶ ପାଇଁ ବିଜେଡି ସବୁବେଳେ ଲଢେଇ କରିବ ବୋଲି କହିଛନ୍ତି ନବୀନ । ଏହାଛଡା ଆମେ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରୁ ବୋଲି ନବୀନ ନିଜ ଉଦବୋଧନରେ କହିଛନ୍ତି ।

ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ। ବିଜୁ ମହିଳା ଜନତା ଦଳର ମହିଳା ସମାବେଶରେ ଯୋଗଦେବା ପୂର୍ବରୁ ନବୀନ ଏକ ବାର୍ତ୍ତା ରାଜ୍ୟର କୋଭିଡ ସଂଗ୍ରାମରେ ସହଭାଗୀ ହୋଇ ନିଜ ପାଇଁ ସମାଜରେ ଏକ ମହତ୍ବପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଥିବା ପ୍ରତ୍ୟେକ ମହିଳାଙ୍କୁ ଅଭିନନ୍ଦନ ଜଣାଇ ଥିଲେ।ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ। ବିଜୁ ମହିଳା ଜନତା ଦଳର ମହିଳା ସମାବେଶରେ ଯୋଗଦେବା ପୂର୍ବରୁ ନବୀନ ଏକ ବାର୍ତ୍ତା ରାଜ୍ୟର କୋଭିଡ ସଂଗ୍ରାମରେ ସହଭାଗୀ ହୋଇ ନିଜ ପାଇଁ ସମାଜରେ ଏକ ମହତ୍ବପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଥିବା ପ୍ରତ୍ୟେକ ମହିଳାଙ୍କୁ ଅଭିନନ୍ଦନ ଜଣାଇ ଥିଲେ।

ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରି ଆସିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.