ବଦଳିଲେ ପୁଲିସ କମିଶନର..ସୁଧାଂଶୁଙ୍କ ସ୍ଥାନରେ ସୌମେନ୍ଦ୍ର
ବଦଳିଲେ ଟୁଇନ ସିିଟି ପୁଲିସ କମିସନର । ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନରେ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୯୯୫ ମସିହାର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବେ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିସନର । ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ସେହିପରି ବର୍ତ୍ତମାନ ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ପୋଲିସ ଗୃହ ନିର୍ମାଣର ସିଏମଡି ଦାୟିତ୍ୱ ପ୍ରଦାନ କରାଯାଇଛି । ପୋଲିସ କମିଶନର ହେବା ପୂର୍ବରୁ ସେ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ। ଅର୍ଥାତ ସେ ତାଙ୍କର ପୂର୍ବ ପଦକୁ ଫେରିଛନ୍ତି।
ରାଜ୍ୟ ସରକାର ବରିଷ୍ଠ ଆଇପିଏ ସ୍ତରରେ ଅଦଳ ବଦଳ କରିଛନ୍ତି। ସେହିପରି ୧୯୮୮ ମସିହା ବ୍ୟାଚର ଆଇପିଏସ୍ ଅଫିସର ଏମ ଅକ୍ଷୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ସୂଚନା ଦିଆଯାଇଛି ।