THE BYAPINI

କାହିଁକି ବଦଳିଲେ ପୁଲିସ କମିଶନର?

Get real time updates directly on you device, subscribe now.

କଟକ-ଭୁବନେଶ୍ୱର ଟୁଇନ ସିଟିର ପୁଲିସ କମିସନର ସୈାମେନ୍ଦ୍ର ପ୍ରିୟଦର୍ଶୀ । ତେବେ ହଠାତ କାହିଁକି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କୁ ବଦଳି କରାଯାଇ ସୌମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଗଲା ତାକୁ ନେଇ ଏବେ ଚର୍ଚ୍ଚା । କାରଣ ନିକଟରେ ବଡ଼ ବଡ଼ ଅପରାଧ ଉପରୁ ପରଦା ହଟାଇବାରେ କମିସନରେଟ ପୁଲିସ ସକ୍ଷମ ହୋଇଥିଲା । ୨୨ ବର୍ଷ ପରେ ଅଂଜନା ଗଣଦୁଷ୍କର୍ମ ମାମଲାରେ ବିବନ ବିଶ୍ୱାଳ ଗିରଫ , କଟାମୁଣ୍ଡ ଘଟଣା ଉପରୁ ପର୍ଦ୍ଦାଫାଶ କରିବାରେ ସଫଳତା ପାଇଥିଲା ପୁଲିସ ।ହେଲେ ଟୁଇନସିଟିରେ ଏବେ ଚୋରି,ଲୁଟ, ଘଟଣା ଯେପରି ବଢିଚାଲିଛି , ସେଥିରେ ପୁଲିସକୁ ବିଫଳତା ମିଳିଛି ।

ପୁଲିସ କମିସନର ପଦବୀରୁ ସୁଧାଂଶୁ ଷଡଙ୍ଗୀଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ହଠାତ ପୁଲିସ କମସନରଙ୍କ ବଦଳିକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । କାହିଁକି ବଦଳିଲେ ପୁଲିସ କମିସନର? କୌଣସି କାରଣ ଅଛି ନା ନିୟମିତ ପ୍ରକ୍ରିୟା । ନିକଟରେ ବେଶ ଚର୍ଚ୍ଚାରେ ଆସିଥିଲେ ସୁଧାଂଶୁ ଷଡଙ୍ଗୀ । ନିକଟରେ ଦୁଇ ଦୁଇଟି ଘଟଣା ଦେଖିବାକୁ ମିଳିଥିଲା । ଗୋଟେ ହେଲା ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ଗିରଫ କରିବା । ଅନ୍ୟଟି ହେଲା ସିଆରପି ଛକରେ ଦିନ ଦ୍ୱିପହରରେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ ଲୋକେ । ଗୋଟେ ଥିଲା ସଫଳତାର ନିର୍ଦ୍ଦଶନ , ଅନ୍ୟଟି ଥିଲା ବଡ଼ ବିଫଳତା । ଦିନ ଦ୍ୱିପହରରେ ରାଜଧାନୀର ଛାତି ଉପରେ ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।ସେହିପରି ଅଂଜନା ମିଶ୍ର ଗଣଦୁଷ୍ମର୍ମ ମାମଲାରେ ବିବନ ବିଶ୍ୱାଳ ଗିରଫକୁ ନେଇ ସୁଧାଂଶୁ ଷଡଙ୍ଗୀ ଦେଇଥିବା ବୟାନକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ସୁଧାଂଶୁ ଷଡଙ୍ଗୀ କହିଥିଲେ, ଯାହା ସିବିଆଇ କରିପାରିଲାନି , ତାହା କମିସନରେଟ ପୁଲିସ କରିପାରିଛି । ଏହି ବୟାନକୁ ନେଇ ଦେଖାଦେଇଥିଲା ବିବାଦ ।

ହେଲେ ସବୁଠୁ ବଡ଼ କଥା ହେଲା କରୋନା ସମୟରେ ରାଜ୍ୟରେ ଲକଡାଉନ,ସଟଡାଉନ କଟକଣା ଜାରି ପରେ ଏହାକୁ ସୂଚାରୁରୂପେ ତୁଲାଇଥିଲେ ପୁଲିସ କମିସନର । ସେହିପରି କଟକ ଆଇଆଇଏଫଏଲ ସୁନା ଲୁଟ ଘଟଣା ହେଉ, କଟାମୁଣ୍ଡ ଘଟଣା ହେଉ, ଅପମିଶ୍ରିତ କାରଖାନା ଉପରେ ଚଢାଉ ହେଉ ବା ବିବନ ବିଶ୍ୱାଳ ଗିରଫ ଘଟଣା । ଅନେକରେ ପୁଲିସକୁ ସଫଳତା ମିଳିଥିଲେ ବି ଟୁଇନ ସିଟିରେ ସୁନା ଚେନ ଲୁଟ,ଚୋରି,ଛିନତାଇକୁ ବଢିଚାଲିଥିବା ବେଳେ ଏହାକୁ ରୋକିବାରେ କିନ୍ତୁ ବିଫଳ ହୋଇଛି କମିସନରେଟ ପୁଲିସ ।

ତେବେ ସୁଧାଂଶୁ ଷଡଙ୍ଗୀଙ୍କର ବଦଳି ତାଙ୍କର ସଫଳତା ପାଇଁ କି ବିଫଳତା ପାଇଁ ତାହା କେବେଳ ରାଜ୍ୟ ସରକାରଙ୍କୁ ଜଣା । ଏବେ ସୁଧାଂଶୁ ଷଡଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ବିଭାଗର କାମ ହେଉଛି ପୁଲିସ୍ କର୍ମଚାରୀଙ୍କ ପାଇଁ ଘର, ଥାନା ଆଦି ବିଭିନ୍ନ ନିର୍ମାଣ କାମର ତଦାରଖ କରିବା । ପୁଲିସ୍ କମିଶନର ଭଳି ଏକ ହାଇ ପ୍ରୋଫାଇଲ୍ ଦାୟିତ୍ୱରୁ ହଠାତ୍ ଏହି ବିଭାଗକୁ ବଦଳି ନେଇ ସୁଧାଂଶୁ କଣ ପ୍ରତିକ୍ରିୟା ରଖୁଛନ୍ତି ତାହା ପରେ ଜଣାପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.