THE BYAPINI

ରଣବୀର କପୁରଙ୍କୁ କରୋନା

Get real time updates directly on you device, subscribe now.

ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ କରୋନା । ରଣବୀରଙ୍କ ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ମା’ ନିତୁ କପୁର ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଛନ୍ତି । ୩୮ବଷୀୟ ଅଭିନେତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାରୁ ଆସୁଛି ଓ ଏବେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ସଂଗରୋଧରେ ରହିଥିବା ନିତୁ ଜଣାଇଛନ୍ତି । ଅସୁସ୍ଥତା ଯୋଗୁଁ ରଣବୀର ନିଜର ଦୁଇଟି ବଡ ଫିଲ୍ମ ପ୍ରୋଜକ୍ଟ ସମସେରା ଓ ବହ୍ମୋସ୍ତ୍ରର ସୁଟିଂ ସେଟରୁ ବିରତି ନେଇଛନ୍ତି ।

ଇନ୍‌ଷ୍ଟାଗ୍ରାମ୍‌ରେ ରଣବୀରଙ୍କର ଏକ ଫଟୋ ପୋଷ୍ଟ୍‌ କରି ମାଆ ନିତୁ ତାଙ୍କ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେବା ସହ ରଣବୀର ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହି ସବୁ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି। ନିତୁ କପୁରଙ୍କ ଏହି ପୋଷ୍ଟ୍‌ରେ କରିସ୍ମା କପୁର ଓ ରିଦ୍ଧିମା କପୁର କମେଣ୍ଟ୍‌ ବକ୍ସରେ ହାର୍ଟ ଇମୋଜି ଦେଇଛନ୍ତି। । ରଣବୀରଙ୍କୁ କରୋନା ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ବଡବାପା ରଣଧିର କପୁର ଏକ ସାକ୍ଷାତକାରରେ କହିଥିଲେ ଯେ, ରଣବିରଙ୍କୁ କରୋନା ହୋଇଛି ଓ ସେ ସୁସ୍ଥ ଅଛନ୍ତି ।

ରଣବୀରଙ୍କ ପୂର୍ବରୁ ମାଆ ନିତୁ କପୁର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ଗତ ବର୍ଷ ତାଙ୍କର ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ। କିଛି ଦିନ ଚିକିତ୍ସା ହେବା ପରେ ଆରୋଗ୍ୟ ଲାଭ କରିଥିଲେ ନିତୁ କପୁର।ମୁମ୍ବାଇରେ ସଂକ୍ରମଣର ଦ୍ୱିତୀୟ ଲହରି ଆରମ୍ଭ ହୋଇଥିବା କୁହାଯାଉଛି । କରୋନା ସଂକ୍ରମଣରେ ବୃଦ୍ଧି କାରଣରୁ ମୁମ୍ବାଇର ଅନେକ ଅଂଚଳରେ ଲକଡାଉନ୍ ଲାଗୁ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.