THE BYAPINI

କିଏ ସେହି ସନ୍ଦିଗ୍ଧ? ସିସିଟିଭିରେ ଆସିଲା ଫଟୋ

Get real time updates directly on you device, subscribe now.

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଯେଉଁ ବ୍ୟକ୍ତି ଗାଡିରେ ବିସ୍ଫୋରକ ରଖି ଆଣ୍ଟିଲିୟା ପାଖକୁ ଆସିଥିଲା। ସେହି ବ୍ୟକ୍ତିର ଫଟୋ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇ ଯାଇଥିଲା। ଏହି ସିସିଟିଭି ଜରିଆରେ ଅଭିଯୁକ୍ତକୁ ଦେଖିବାକୁ ମିଳିଥିଲେ ହେଁ, ପିପିଇ କିଟ୍ ପିନ୍ଧିଥିବାରୁ ତାର ପରିଚୟ ଜଣାପଡ଼ୁନାହିଁ।
ସନ୍ଦିଗ୍ଧ ଏକ ସ୍କର୍ପିଓରେ ୨୦ଟି ଜିଲିଟିନ୍ ଷ୍ଟିକ୍ସ ରଖି ମୁକେଶ ଅମ୍ବାନୀଙ୍କ ବଙ୍ଗଳା ଏଣ୍ଟିଲିୟାର ୫୦୦ ମିଟର ଦୂରରେ ପାର୍କିଙ୍ଗ୍ କରିଥିଲା। ତା’ପରେ ସ୍କର୍ପିଓ ଡ୍ରାଇଭର ଇନୋଭାରେ ଫେରାର ହୋଇଯାଇଥିଲା। ସନ୍ଦିଗ୍ଧର ଫଟୋ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା କିନ୍ତୁ ପିପିଇ କିଟ୍ ପିନ୍ଧିଥିବା ଯୋଗୁଁ ତାକୁ ଚିହ୍ନଟ କରାଯାଇ ପାରିନାହିଁ।
ରାତି ୩ଟା ୫ ମିନିଟରେ ଇନୋଭା ମୁଲୁଣ୍ଡ ପାର କରିଥିଲା। ସେହି ଇନୋଭା କାର୍ ଡ୍ରାଇଭର ଗାଡି ନମ୍ବର ପୁଣି ବଦଳାଇ ସକାଳ ପାଖାପାଖି ୪ଟା ସମୟରେ ଇନୋଭାକୁ ପୁଣି ମୁଲୁଣ୍ଡ ଟୋଲ ଗେଟ ପାର କରାଇ ମୁମ୍ବାଇ ଆସିଥିଲା।କେବଳ ଏତିକି ନୁହେଁ, ୪ଟା ୩୫ ମିନିଟରେ ଇନୋଭା ଡ୍ରାଇଭର ସ୍କର୍ପିଓ ପାଖରେ ପହଞ୍ଚିଥିଲା। ସନ୍ଦିଗ୍ଧ ସ୍କର୍ପିଓ ଗାଡି ଚେକ୍ କରି ପୁଣି ସେଠାରୁ ବାହାରି ଯାଇଥିଲା । ସକାଳ ପାଖାପାଖି ୫ଟା ୧୮ ମିନିଟରେ ମୁଣ୍ଡୁଳି ଟୋଲ ଗେଟ୍ ପାର କରିଥିଲା। କୁହାଯାଉଛି କି ସେ ପିପିଇ କିଟ ପିନ୍ଧି ଇନୋଭା ଚଲାଉଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.