THE BYAPINI

ଜାଗର ପୂର୍ବରୁ ସେବାୟତଙ୍କ ଅସନ୍ତୋଷ, ବନ୍ଦ ହେଲା ଲିଙ୍ଗରାଜଙ୍କ ନୀତିକାନ୍ତି

Get real time updates directly on you device, subscribe now.

ରାତି ପାହିଲେ ମହାଶିବରାତ୍ରୀ । ହେଲେ ଜାଗର ପୂର୍ବରୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଆଜି ରୋଷହୋମ ପରଠୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ। ସରକାର ଲିଙ୍ଗରାଜଙ୍କ ପରମ୍ପରା ରକ୍ଷା କରିପାରୁନଥିବା ଅଭିଯୋଗ କରି ଜାଗର ପୂର୍ବଦିନ ନୀତି ବନ୍ଦ କରିବକୁ ଘୋଷଣା କରିଥିଲା ବ୍ରାହ୍ମଣ ନିଯୋଗ । ପୂର୍ବ ଘୋଷଣା ଅନୁସାରେ ଆଜି ବ୍ରାହ୍ମଣ ସେବାୟତ ନୀତିରେ ଅସହଯୋଗ କରିଛନ୍ତି ।

ଜିଦ୍‌ରେ ଅଡ଼ି ବସିଛନ୍ତି ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ସେବାୟତ । ମନ୍ଦିରର ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ୨ ପ୍ରମୁଖ ଦାବି ପୂରଣ ନେଇ ପ୍ରଶାସନ ତରଫରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନ ଥିବାରୁ ଏପରି ଅସହଯୋଗ କରାଯାଇଛି।ଶ୍ରାବଣୀ ଭାରର ମୂଲ୍ୟ ନିମନ୍ତେ ବଡ଼ୁନିଯୋଗ ଦାବି କରିଥିବା ବେଳେ ମନ୍ଦିରର ଶହ ଶହ ବର୍ଷର ପରମ୍ପରା କପିଳନାଥଙ୍କ ସହ ଲିଙ୍ଗରାଜ ମହାପ୍ରଭୁଙ୍କ ଭେଟଭାଟ କରିବାକୁ ଦାବି ଜଣାଇଛି ବ୍ରାହ୍ମଣ ନିଯୋଗ। ଏହି ପରମ୍ପରା ଦୀର୍ଘ ବର୍ଷ ହେବ ପାଳିତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି ବ୍ରାହ୍ମଣ ନିଯୋଗ ।

କପିଳନାଥ ସେବାୟତ ଓ ଲିଙ୍ଗରାଜ ସେବାୟତଙ୍କ ଭିତରେ ବିବାଦ କାରଣରୁ ଦିର୍ଘବର୍ଷ ହେଲା ହାଣ୍ଡିଭଙ୍ଗା ନୀତି ବନ୍ଦ ରହିଛି । ଦୀର୍ଘବର୍ଷ ହେଲା ଏହି ପରମ୍ପରା ବନ୍ଦ ରହିଥିବାବେଳେ ସମାଧାନ ପାଇଁ ମନ୍ଦିର ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।ବ୍ରାହ୍ମଣ ନିଯୋଗ ତରଫରୁ ୨ ଦିନ ତଳେ ଦେବୋତ୍ତର କମିଶନରଙ୍କୁ ଦାବି ଜଣାଯାଇଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା। ଗତକାଲି ସୁଦ୍ଧା ଦାବି ପୂରଣ ନ ହେଲେ ଜାଗର ପୂର୍ବ ଦିନରୁ ସମସ୍ତ ନୀତିକାନ୍ତିରେ ଅସହଯୋଗ କରିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। ଏହାସତ୍ତ୍ୱେ ଦାବି ପୂରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାନ ଯିବାରୁ ଆଜି ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.