THE BYAPINI

ଏପ୍ରିଲରୁ ରବିବାର ପାଠପଢା ବନ୍ଦ!

Get real time updates directly on you device, subscribe now.

ଏଣିକି ରବିବାର ଆଉ ଯିବାକୁ ପଡିବନି ସ୍କୁଲ । ଆସନ୍ତା ଏପ୍ରିଲ ମାସରୁ ରବିବାର ଦିନ ବନ୍ଦ ହେବ ପାଠପଢା । ସ୍କୁଲରେ ରବିବାର ଆଉ କ୍ଲାସ ହେବନି ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଳିତ ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ କଭର ହୋଇଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମାର୍ଚ୍ଚ ଶେଷ ସୁଦ୍ଧା ସବୁ କୋର୍ସ ସରିଯିବ । ତେଣୁ ଆଉ ରବିବାର କ୍ଲାସ କରିବାକୁ ପଡିବନି । ରେଗୁଲାର କ୍ଲାସ୍‌ର ଆବଶ୍ୟକ ନାହିଁ। ଏପ୍ରିଲ ପହିଲାରୁ ଖାଲି ରିଭିଜନ୍ କ୍ଲାସ ହେବ । ପିଲାମାନେ ବିଶେଷ କରି ସେଲ୍ଫ ଷ୍ଟଡି ବା ଘରେ ରହି ପାଠପଢ଼ିବାକୁ ଆଗ୍ରହ କଲେଣି । ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍‌ରେ ଧୀରେ ଧୀରେ କମିବାକୁ ଲାଗିଲାଣି। ସେଥିପାଇଁ ରବିବାର କ୍ଲାସର ମଧ୍ୟ ଆବଶ୍ୟକ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ଏପରିକି ପିଲାମାନଙ୍କ ପାଇଁ ବିଭାଗ ଯୋଗାଇଦେଇଥିବା ‘ପରୀକ୍ଷା ଦର୍ପଣ’ ସହାୟକ ହେଉଛି । ସେଥିପାଇଁ ଆସନ୍ତା ମାସରୁ ରେଗୁଲାର କ୍ଲାସର ଜରୁରୀ ମନେ ହେଉନାହିଁ । ପିଲାମାନେ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ମନସ୍ଥ କଲେଣି,ତେଣୁ ସ୍କୁଲକୁ ଆସୁନାହାନ୍ତି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ସ୍କୁଲ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଯାହା ଫଳରେ ରବିବାର ସ୍କୁଲରେ କ୍ଲାସ୍ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ୟ୍ୟନ୍ତ କ୍ଲାସ୍‌ ହେବାନେଇ ନିଷ୍ପତ୍ତି ନିଆଯାଇଥିବା ବେଳେ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ୟ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ଗଣଶିକ୍ଷା ବିଭାଗ ସୂଚନା ଦେଇଥିଲା। ।

Get real time updates directly on you device, subscribe now.

Leave A Reply

Your email address will not be published.