THE BYAPINI

କାରଣ ଖୋଜିବ କେନ୍ଦ୍ରୀୟ ଟିମ

Get real time updates directly on you device, subscribe now.

ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ ପହଞ୍ଚିଛନ୍ତି। ଶିମିଳିପାଳରେ ନିଆଁ କିଭଳି ଲାଗିଲା ତାର ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ ସଦସ୍ୟ । କାହିଁକି ନିଆଁ ଲାଗିଲା, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ’ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସେନେଇ ରିପୋର୍ଟ ଦେବ ଏହି ଟିମ । କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ବାଗତ କରାଯାଇଛି। ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ବରରେ ଅଛନ୍ତି।

ଭୁବନେଶ୍ୱରରେ ପହଞ୍ଚିବା ପରେ କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଶିମିଳିପାଳ ଗସ୍ତରେ ଯାଇଛନ୍ତି। ସେଠାକୁ ଯାଇ ନିଆଁ ଲାଗିବା କାରଣ ଓ ନିରାକରଣର ଅନୁଧ୍ୟାନ କରିବେ। ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରିବା ପରେ କେନ୍ଦ୍ରକୁ ରିପୋର୍ଟ ଦେବେ । ଗତକାଲି ବିଜେପି ସାଂସଦମାନେ ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଥିଲେ।ଟୁଇଟ୍ କରି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ସମେତ ବିଭିନ୍ନ ସମ୍ବେଦନଶୀଳ ଜଙ୍ଗଲରେ ନିଆଁକୁ ଆୟତ୍ତ କରିବା ତଥା ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେଇଥିଲୁ। ଓଡିଶାରେ ଜଙ୍ଗଲ ନିଆଁକୁ ଲିଭାଇବା, ଜଙ୍ଗଲ ଜମି ଓ ଉଦ୍ଭିଦସମୂହ କ୍ଷୟକ୍ଷତିର ଆକଳନ କରିବା ତଥା ଜଙ୍ଗଲ ଉପରେ ନିଜର ଜୀବନଜୀବିକା ପାଇଁ ନିର୍ଭର କରୁଥିବା ସମୁଦାୟଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛୁ।

କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତୁରନ୍ତ ତିନି ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍‌ ଗଠନ କରିଥିଲେ । ଏହି ଟିମ୍‌ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡ. ଅମିତ ମଲ୍ଲିକ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ୟ୍ୟାଳୟର ଡିଡିଜି ସୁବ୍ରତ ମହାପାତ୍ର ଏବଂ ଅଗ୍ନି ବିଶେଷଜ୍ଞ ଆରତି ଚୌଧୁରୀ ରହିଛନ୍ତି। ଏମାନେ ନିଆଁ ଲାଗିବା ଘଟଣାର ଆକଳନ କରିବେ ଓ ଶିମିଳିପାଳ ଜଙ୍ଗଲ ସ୍ଥିତିକୁ ସ୍ବତନ୍ତ୍ର ଦୃଷ୍ଟି ଦେବେ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ବୈଷୟିକ ଓ ବିଶେଷଜ୍ଞ ପରାମର୍ଶ ପ୍ରଦାନ କରିବେ। ସ୍ଥିତି ନିୟନ୍ତ୍ରଣ ହେବା ପର୍ୟ୍ୟନ୍ତ ଏହି ଟିମ୍ ଓଡ଼ିଶାରେ ରହିବ। ମନ୍ତ୍ରାଳୟର ଅଧିକାରୀମାନଙ୍କ ସହ ବନାଗ୍ନି ସମସ୍ୟା ନେଇ ନିଜେ ସମୀକ୍ଷା କରିବେ ବୋଲି ଟ୍ବିଟ୍ କରି କହିଥିଲେ ମନ୍ତ୍ରୀ ଶ୍ରୀ ଜାଭଡେକର।

Get real time updates directly on you device, subscribe now.

Leave A Reply

Your email address will not be published.