‘ଓଡ଼ିଶାରେ ନାହିଁ ମହାରାଷ୍ଟ୍ର ସ୍ଥିତି’
ଦେଶରେ ଯେପରି ଭାବେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି ତାହା ଚିନ୍ତାର ବିଷୟ ପାଲଟିଛି । ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ରହିଛି । ୨୪ ଘଂଟା ମଧ୍ୟରେ ସାରା ଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ଓଡିଶାରେ ଯେପରି ସଂକ୍ରମଣ ନବଢେ ସେଥିପାଇଁ ପାଞ୍ଚୋଟି ରାଜ୍ୟରୁ ଓଡ଼ିଶାକୁ ସିଧା ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜିନାହିଁ ।
୨୪ ଘଂଟା ମଧ୍ୟରେ ସାରା ଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହା ଓଡିଶା ପାଇଁ ଚିନ୍ତାଜନକ କି? ଏଭଳି ପ୍ରଶ୍ନ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି,ମହାରାଷ୍ଟ୍ର ଭଳି ଓଡିଶାରେ ସ୍ଥିତି ନାହିଁ । ରାଜ୍ୟରେ ବର୍ତମାନ ପର୍ଯ୍ୟନ୍ତ କରୋନା ନିୟନ୍ତ୍ରଣରେ ଅଛି । ସେପଟେ ସ୍ୱାସ୍ଥବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଓ କେରଳରୁ ଯାତ୍ରୀଙ୍କ ଓଡିଶା ପ୍ରବେଶ ଉପରେ କଟକଣା ରହିଛି । ଅର୍ଥାତ୍ ସେମାନେ ସାଗଂରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଧରି ଆସୁଛନ୍ତି । ବିନା ନେଗେଟିଭ୍ ରିପୋର୍ଟରେ ଓଡ଼ିଶାକୁ ଏଣ୍ଟ୍ରି ନାହିଁ । ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ଠାରେ ଲକ୍ଷଣ ଥିଲେ, ସେମାନଙ୍କୁ ଆରଟିପିସିଆର ଟେଷ୍ଟ କରିବାକୁ କୁହାଯାଇଛି । ପରିସ୍ଥିତିକୁ ଦେଖି କଟକଣାକୁ ବୃଦ୍ଧି କରାଯାଇପାରେ ବୋଲି ଏଭଳି ସଂକେତ ଦେଇଛନ୍ତି ସ୍ୱାସ୍ଥବିଭାଗର ଅତିରିକ୍ତ ଶାସନ ସଚିବ ।
ଏପଟେ ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଡାକ୍ତର ବିଜୟପାଣିଗ୍ରାହୀ କହିଛନ୍ତି,ରାଜ୍ୟରେ ୯୧ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ୮୨ ପ୍ରତିଶତ ଆଗଧାଡ଼ିର କରୋନା ଯୋଦ୍ଧା ଟିକା ନେଇଛନ୍ତି । ଯାହା ସାରା ଦେଶରେ ଦ୍ୱିତୀୟ ସର୍ବାଧିକ । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ୬୦ ବର୍ଷରୁ ଅଧିକ ବୟସ୍କ ଓ ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ରହିଛନ୍ତି ।ଯେଉଁମାନଙ୍କ ଟିକାକରଣ ଆସନ୍ତା ମେ ମାସ ୧୫ ତାରିଖ ଭିତରେ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତ ।