THE BYAPINI

‘ରାଜ୍ୟରେ ଲାଗୁ କରନି କୃଷି ଆଇନ’

Get real time updates directly on you device, subscribe now.

କୃଷି ଆଇନକୁ କଂଗ୍ରେସର ବିରୋଧ । ନୂଆ କୃଷି ଆଇନକୁ ନେଇ ଓଡ଼ିଶା ବିଧାନସଭା ସଚିବଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । କହିଲେ, କେନ୍ଦ୍ରର କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧୀ । ଏହାକୁ ରାଜ୍ୟରେ କାର୍ୟ୍ୟକାରୀ ନକରିବାକୁ ଦାବି ଜଣାଇଛନ୍ତି ।

କେନ୍ଦ୍ରର କୃଷି ଆଇନ ବିରୋଧରେ ସଂକଳ୍ପ ନୋଟିସ କଲେ କଂଗ୍ରେସର ବିଧାୟକ ଦଳ ନେତା । ବିଧାନସଭାରେ ସଂକଳ୍ପ ଆଣିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୋଟିସ କରିଛନ୍ତି । ବିଧାନସଭା ସଚିବଙ୍କୁ ସଂକଳ୍ପ ଆଣିବାକୁ ଚିଠି ଲେଖିଛନ୍ତି ନରସିଂହ । ଚିଠିରେ ନରସିଂହ ଲେଖିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ଟି କୃଷି ଆଇନ ଅସାମ୍ବିଧାନିକ ଓ ଚାଷୀ ବିରୋଧି । କୃଷି ରାଜ୍ୟର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନ ବିରୋଧରେ ରିଜଲ୍ୟୁସନ ଆଣି ଏହାକୁ କାର୍ୟ୍ୟକାରୀ ନକରିବା ପାଇଁ ସେ ଉଲ୍ଲେଖ କରିଛନ୍ତି । ତେଣୁ ଏହି ଆଇନକୁ ରାଜ୍ୟ ସରକାର ଲାଗୁ କରନ୍ତୁ ନାହିଁ । ସେ ଆହୁରି ଲେଖିଛନ୍ତି କେନ୍ଦ୍ର ସରକାର ରାଜ୍ୟକୁ ସମ୍ବିଧାନ ଦେଇଥିବା ଅଧିକାର ଉପରେ ଅନଧିକାର ପ୍ରବେଶ କରିବା ଠିକ ନୁହେଁ ।

କେନ୍ଦ୍ର ସରକାର ଗତବର୍ଷ ସଂସଦର ଉଭୟ ଗୃହରେ ତିନି କୃଷି ଆଇନକୁ ଆଇନରେ ପରିଣତ କରିଥିଲେ । ସେପଟେ ଏହି କୃଷି ଆଇନକୁ ନେଇ ସଡକରୁ ସଂସଦ ଓହ୍ଲାଇଥିଲେ ହରିଆଣା ଏବଂ ପଞ୍ଜାବ କୃଷକ । ଅନେକ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.