THE BYAPINI

ଓଡ଼ିଶାରେ ମିଶିବ ଆନ୍ଧ୍ରର ଗାଁ!

Get real time updates directly on you device, subscribe now.

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡିଶା ପାଇଁ ଭଲ ଖବର । ଆନ୍ଧ୍ର ସୀମାନ୍ତରେ ଥିବା ୧୮ ଖଣ୍ଡ ଗାଁ ଓଡ଼ିଶାରେ ମିଶିବ ।ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ।ଓଡ଼ିଶାରେ ମିଳୁଥିବା ସୁବିଧା ସୁଯୋଗ ଆନ୍ଧ୍ରରେ ମିଳୁନାହିଁ, ତେଣୁ ସେମାନଙ୍କୁ ଓଡ଼ିଶାରେ ମିଶାଇ ଦେବାକୁ ଦାବି ଜଣାଇଲେ ଆନ୍ଧ୍ର ସୀମାନ୍ତବାସୀ ।

ଦୀର୍ଘ ବର୍ଷରୁ ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲା ପ୍ରଶାସନ ଗାଁରେ କୌଣସି ଉନ୍ନୟନମୂଳକ କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିଲାଗି ସେମାନେ ଓଡ଼ିଶାରେ ମିଶିବାକୁ ଚାହୁଁଥିବା କହିଛନ୍ତି ।ଆନ୍ଧ୍ର ପରିସୀମା ଭିତରେ ଆନ୍ଧ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଏକ ବଡ଼ ସଭାର ଆୟୋଜନ କରି ଓଡ଼ିଆ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସଭାରେ ସାଲୁର ବ୍ଲକର ଅଧ୍ୟକ୍ଷ ପାଙ୍ଗି ମାଳତି ଦୋରା ସହ ମୁଖ୍ୟ ଅତିଥି ରୂପେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏବଂ ଅନ୍ୟ ନେତା ଉପସ୍ଥିତ ଥିଲେ । ଆନ୍ଧ୍ର ସରକାର ଦ୍ୱାରା ପ୍ରତାଡିତ ହେଉଥିବା ଏହି ଗ୍ରାମବାସୀମାନେ କିଭଳି ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ସେ ସମ୍ପର୍କରେ ବଖାଣିଛନ୍ତି । ସ୍କୁଲ ରହିଛି ଶିକ୍ଷକ ନାହାନ୍ତି, ଅଙ୍ଗନୱାଡ଼ି କେନ୍ଦ୍ର ରହିଛି କର୍ମଚାରୀ ନାହାନ୍ତି, ପିଇବା ପାଣିର ଅସୁବିଧା, ରାସ୍ତା ଘାଟର ଅସୁବିଧା ଏବଂ ସୀମାନ୍ତକୁ ଲାଗିଥିବା ଓଡ଼ିଶା ଗାଁର ସବୁ ପ୍ରକାର ସୁବିଧା ମିଳୁଛି । ବହୁ ବର୍ଷ ହେଲାଣି ଏଭଳି ଦୁଃଖ ଦୁର୍ଦ୍ଧଶାରେ ସେମାନଙ୍କ ଦିନ କଟୁଥିବା ବେଳେ ଓଡ଼ିଶାରେ ମିଶାଇ ଦେବାକୁ ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.