‘ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ’
ବିଧାୟକ ନୁହଁନ୍ତି ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ସୁବାଷ ପାଣିଗ୍ରାହୀ କାହିଁକି କ୍ଷମା ମାଗିବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ । ଘରେ ବସି କୌଣସି ବିଧାନସଭାର କାର୍ୟ୍ୟ ହୋଇପାରିବନି । ମୁଖ୍ୟମନ୍ତ୍ରୀ ସବୁ ସ୍ଥାନକୁ ଯାଉଛନ୍ତି, କିନ୍ତୁ ବିଧାନସଭାକୁ ଆସୁନାହାନ୍ତି । ଏଥିରେ କଣ ଗଣତନ୍ତ୍ରର ମର୍ୟ୍ୟାଦା କ୍ଷୂର୍ଣ୍ଣ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ୍ତ । ଏପରିକି ଗୃହର ମଧ୍ୟଭାଗକୁ ଆସି ମନ୍ତ୍ରୀମାନେ ହଟ୍ଟଗୋଳ କରିଥିବାରୁ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଦୀପ୍ତ ।
ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ସେ କ୍ଷମା ମାଗନ୍ତୁ ବୋଲି ଶାସକ ଦଳ ନିଜ ଜିଦରେ ଅଟଳ ରହିଛନ୍ତି । ହେଲେ ଶାସକ ଦଳ ଉପରେ ବର୍ଷିଲେ ବିରୋଧୀ ଦଳ ନେତା। ସୁବାସ ବାବୁ ଯାହା କରିଛନ୍ତି, କିଛି ଭୁଲ କରିନାହାନ୍ତି। ସେ କାହିଁକି କ୍ଷମା କରିବେ । ବରଂ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତରେ କହୁଛନ୍ତି, କିନ୍ତୁ ବିଧାନସଭା ଆସୁନାହାନ୍ତି । ନୂଆପଡ଼ା ଗଲାବେଳେ ମନ୍ତ୍ରୀ ବାଟରେ ବରା ଖାଉଛନ୍ତି ,ସେଥିରେ କରୋନା ହେଲାନି । ଲୋକସେବା ଭବନରେ ବସି ରହୁଛନ୍ତି କିନ୍ତୁ ବିଧାନସଭା ଆସିଲେ ବାବୁଙ୍କୁ କରୋନା ହୋଇଯିବ । ଘରେ ବସିଲେ ବିଧାନସଭା ଚାଲେନି । ବିଜେପି ବିଧାୟକ ଆତ୍ମହତ୍ୟା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମନ୍ତ୍ରୀମାନେ କାହିଁକି ପ୍ରତିବାଦ କରି ଗୃହ ଭିତରକୁ ଯାଇଥିଲେ ସେମାନେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବି ଦଳ କହିଛି।
ବିରୋଧୀ ଦଳ ନେତା କହିଛନ୍ତି, ଧାନ କିଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଟୋକନ୍ ଲାପ୍ସ ହୋଇଗଲା, ହେଲେ ଟୋକନ ଆଉ ଥରେ ରିଜେନେରେଟ୍ ହୋଇପାରିଲା ନାହିଁ କି ଧାନ ଉଠିଲା ନାହିଁ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଆଉ ଏଥିପାଇଁ ନବୀନ ବାବୁ କ୍ଷମା ମାଗିବା ଉଚିତ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତୀୟ ପର୍ୟ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।