ସଂକ୍ରମଣ: ସତର୍କ କରାଇଲେ ସରକାର
ସତର୍କ ନହେଲେ ସଂକ୍ରମଣ ବଢିବ । ଦେଶର ଅନ୍ୟ ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ତେଣୁୁ ଯଦି ସତର୍କ ନହେବେ ସଂକ୍ରମଣ ବଢିବାରେ ସମ୍ଭାବନା ରହିଛି । ଓଡିଶାରେ ଯଦି ଓ ସଂକ୍ରମଣ ନିୟନ୍ତ୍ରଣରେ ଅଛି ,ହେଲେ ଯେପରି ସଂକ୍ରମଣ ପୂର୍ବ ପରି ନବଢେ ସେ ନେଇ ନୂଆ ଗାଇଡଲାଇନ ଜାରି କରିଛନ୍ତି ସରକାର ।
ନୂଆ ଷ୍ଟ୍ରେନ ପୂର୍ବ ଅପେକ୍ଷା ଅଧିକ ମାରାତ୍ମକ । ଏଣୁ ଏଥିଲାଗି ଅଧିକ ସତର୍କ ରହିବା ସହ ସଚେତନ ହେବା ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।କେରଳ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ହରିଆଣାରେ କରୋନା ଉପରମୁହାଁ ହେବା ପରେ ଅଧିକ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ନୂଆ ଷ୍ଟ୍ରେନ ଯୋଗୁଁ ମଣିଷଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଉଛି ।
କି ପ୍ରକାର ସତର୍କତା ଗ୍ରହଣ କରିବା ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ମୌଳିକ କୋଭିଡ ନିରୋଧୀ ଆଚରଣ ଗ୍ରହଣ କରିବା , ହାତ ଧୋଇବା, ଠିକ ଭାବେ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା ।ସେହିପରି ଯେଉଁମାନେ ନିୟମ ପାଳନ କରୁନାହାନ୍ତି ସେମାନଙ୍କୁ ବୁଝାଇବା । ସରକାରଙ୍କ ନିୟମ ଅନୁସାରେ ସମୟ ଆସିଲେ କରୋନା ଟିକା ନେବା । ଜନସମାଗମଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା, ବାହାର ରାଜ୍ୟ ଫେରନ୍ତା ୭ଦିନ ଗୃହ ପୃଥକ ବାସରେ ନିହାତି ରହିବା,ଏହା ସହ ସନ୍ଦିଗ୍ଧ ଲକ୍ଷଣ ଥିଲେ ତୁରନ୍ତ ହସ୍ପିଟାଲ ଯାଇ କରୋନା ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ସ୍କୁଲ, କଲେଜ, ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ଯେପରି ଭଙ୍ଗ ନ ହୁଏ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ।
ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରୁଛି । ବର୍ଷେ ଧରି ଲକଡାଉନ, ସଟଡାଉନରେ ରହି ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାବେଳେ ନୂଆ ଷ୍ଟ୍ରେନ ବଡ଼ ବିପଦ ଆଣି ଦେଇଛି ଏଣୁ ପୂର୍ବଭଳି ଲକଡାଉନ, ସଟଡାଉନ ପରିସ୍ଥିତି ଯେପରି ନ ଆସିବ, ସେଥିଲାଗି ସମସ୍ତେ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି ।