THE BYAPINI

ଆଇଜିଏଚକୁ ନେଇ ଅସନ୍ତୋଷ

Get real time updates directly on you device, subscribe now.

ରାଉରକେଲା ଆଇଜିଏଚକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ଚିଠିରେ ଆଇଜିଏଚ୍‌କୁ ମେଡିକାଲ କଲେଜ କରାନଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ଆଇଜିଏକୁ ମେଡିକାଲ କଲେଜ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ୬ ବର୍ଷ ପରେ ବି ମେଡିକାଲ କଲେଜରେ ପରିଣତ କରାଯାଇପାରିଲାନି । ଯାହାକୁ ନେଇ ଅସନ୍ତୋଷ ବଖାଣିଛନ୍ତି ।

୨୦୧୫ ଏପ୍ରିଲ ୨ରେ ଆଇଜିଏଚ୍‌କୁ ମେଡିକାଲ କଲେଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଆଇଜିଏଚ୍‌କୁ ଏକ ସୁପର ସ୍ପେସିଆଲିଷ୍ଟ କଲେଜ କରିବେ ବୋଲି ଘୋଷଣା କରିଥିଲେ। ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନା ହୋଇଥାନ୍ତା ଆଇଜିଏଚ୍‌। ୨୦୧୫ରେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ରାଉରକେଲା ସାଂସଦଙ୍କୁ ଆଶ୍ୱାସନା ଦେଇଥିଲେ ଅତିଶୀଘ୍ର ମେଡିକାଲ କାର୍ୟ୍ୟ ଆରମ୍ଭ କରାଯିବ । ହେଲେ ଏବେ କେବଳ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇ, ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି । ତେଣୁ ମେଡିକାଲ କଲେଜ କୁଆଡେ ଗଲା ବୋଲି ପ୍ରଶ୍ନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏହାକୁ ଅବହେଳା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବହେଳା କରିଅଛନ୍ତି। ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ରାଉରକେଲା ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

Get real time updates directly on you device, subscribe now.

Leave A Reply

Your email address will not be published.