THE BYAPINI

ପଦ ଛାଡିଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

Get real time updates directly on you device, subscribe now.

ନିଜ ପଦରୁ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାର୍ମଶଦାତା ପିକେ ସିହ୍ନା । ଆଜି ହଠାତ୍ ନିଜ ପଦରୁ ସେ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ପିକେ ସିହ୍ନା ଇସ୍ତଫା ଦେଇଛନ୍ତି । ୧୯୭୭ ବ୍ୟାଚ୍‌ ୟୁପି କ୍ୟାଡରର ଆଇଏଏସ୍ ଅଧିକାରୀଥିବା ସିହ୍ନା ସେପ୍ୱେମ୍ୱର ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ନୁଯୁକ୍ତ କରାଯାଇଥିଲା ।

୨୦୧୯ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟ ପରାର୍ମଶଦାତାଭାବେ କାର୍ୟ୍ୟଭାର ସମ୍ଭାଳିଥିଲେ । ୧୯୭୮ମସିହାର ଅବସରପ୍ରାପ୍ତ ଆଇଏଏସ ଅଫିସର ପିକେ ସିହ୍ନା କ୍ୟାବିନେଟ ସଚିବ ହେବା ପୂର୍ବରୁ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ କାର୍ୟ୍ୟ କରୁଥିଲେ । ଅର୍ଥନୀତିରେ ପିଜି କରିଥିବା ବେଳେ ଏମଫିଲ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ପିକେ ସିହ୍ନା କେନ୍ଦ୍ର ଓ ଉତରପ୍ରଦେଶ ସରକାରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିସାରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଏହି ପ୍ରିୟ ସହଯୋଗୀଙ୍କୁ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିବା ନେଇ ୬୦ ବର୍ଷ ପୁରୁଣା ଆଇନରେ ପରିବର୍ତ୍ତନ କରିଥିଲେ । ୨୦୧୫ରେ ତାଙ୍କୁ କ୍ୟାବିନେଟ ସେକ୍ରେଟେରୀ ଭାବେ ନିଯୁକ୍ତ କରାଯାଇଥିଲା । ଯେ କୌଣସି ଆଇଏଏସ୍ ଅଫିସର ପାଇଁ ଏହା ତାଙ୍କ କାର୍ୟ୍ୟକାଳର ସବୁଠାରୁ ବଡ଼ ପଦବୀ ଭାବେ ବିବେଚିତ କରାଯାଏ ।୨ ବର୍ଷ ପରେ ୨୦୧୭ରେ ଯେତେବେଳେ ତାଙ୍କ କାର୍ୟ୍ୟକାଳ ପୂରା ହେଲା ସେତେବେଳେ ସରକାର ତାଙ୍କ କାର୍ୟ୍ୟକାଳକୁ ୧ ବର୍ଷ ପାଇଁ ବୃଦ୍ଧି କରିଥିଲେ । ୧ ବର୍ଷ ପରେ ପୁଣି ବର୍ଷକ ପାଇଁ ତାଙ୍କ କାର୍ୟ୍ୟକାଳକୁ ବୃଦ୍ଧି କରାଯାଇଥିଲା । କ୍ୟାବିନେଟ ସେକ୍ରେଟାରୀ ପୋଷ୍ଟରେ ସରକାର ଚାହିଁଲେ ଜଣେ ଅଧିକାରୀଙ୍କ କାର୍ୟ୍ୟକାଳକୁ ୨ ବର୍ଷ ଯାଏଁ ବୃଦ୍ଧି କରାଯାଇପାରିବ । କ୍ୟାବିନେଟ୍ ସଚିବଭାବେ ତାଙ୍କୁ ତୃତୀୟ ଥର ପାଇଁ ୩ ମାସ ପାଇଁ କାର୍ୟ୍ୟକାଳକୁ ବୃଦ୍ଧି କରାଗଲା ।ଏଥିଲାଗି ସରକାରଙ୍କ ୬୦ ବର୍ଷ ପୁରୁଣା ଆଇନର ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା ।

ତେବେ ସେ କାହିଁକି ହଠାତ୍ ଇସ୍ତଫା ଦେଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୋଦୀ ସରକାର କ୍ଷମତାକୁ ଆସିବା ପୂର୍ବରୁ ପିକେ ସିହ୍ନା ୟୁପିଏ ସରକାରରେ ମଧ୍ୟ ୪ଟି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ୟ୍ୟ କରିଥିଲେ । ଶ୍ରୀ ସିହ୍ନାଙ୍କ ହଠାତ୍‌ ଇସ୍ତଫା ପ୍ରଦାନକୁ କେନ୍ଦ୍ର କରି ନାନା କଥା ଆଲୋଚିତ ହେଉଥିବା ବେଳେ ଶ୍ରୀ ସିହ୍ନା ବ୍ୟକ୍ତିଗତ କାରଣରୁ ଏହି ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.