THE BYAPINI

ପୁଣି ଫେରିଲା କରୋନା ଭୟ

Get real time updates directly on you device, subscribe now.

ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଲାଣି। ଦେଶରେ କରୋନା ସଂକ୍ରମଣ ଚିନ୍ତା ପୁଣି ବଢି ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୯୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୪ କୋଟି ଟପିଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୮୮ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜି ୧୮% ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମଙ୍ଗଳବାର ଚିହ୍ନଟ ହୋଇଥିବା ୨୮ ହଜାର ୯୩୦ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ କେବଳ ୧୮ ହଜାର ୮୬୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ପର୍ୟ୍ୟନ୍ତ ୧ କୋଟି ୧୪ ଲକ୍ଷ ୯ ହଜାର ୫୯୫ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧ କୋଟି ୧୦ ଲକ୍ଷ ୨୫ ହଜାର ୬୩୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଦେଶରେ ଏବେ ପର୍ୟ୍ୟନ୍ତ ୧ ଲକ୍ଷ ୫୯ ହଜାର ୭୯ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୩୧ ହଜାର ୩୩୫ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୩,୫୦,୬୪,୫୩୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.