THE BYAPINI

ମୋଦିଙ୍କ 3T ମନ୍ତ୍ର

Get real time updates directly on you device, subscribe now.

କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂକ୍ରମଣ ରୋକିବାକୁ ମୋଦିଙ୍କ ୩ଞ ମନ୍ତ୍ର ।ପୂର୍ବପରି ଆଉଥରେ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍‌ମେଣ୍ଟକୁ ଅଧିକ ଧ୍ୟାନ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ସବୁ ରାଜ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟକୁ ତ୍ୱରିତ କରିବାକୁ ହେବ । ଓଡ଼ିଶା, କେରଳ, ଛତିଶଗଡ଼, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟ ଉପରେ ଗୁରୁତ୍ୱ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି ।

ନରେନ୍ଦ୍ର ମୋଦି କହିଛନ୍ତି, ଦେଶର କିଛି ରାଜ୍ୟରେ ହଠାତ କରୋନା ମାମଲା ବଢୁଛି । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପଜିଟିଭ ରେଟ୍ ବଢିଛି । ତେଣୁ ଏହାକୁ ରୋକାନଗଲେ ଦେଶବ୍ୟାପୀ ଖରାପ ପ୍ରଭାବ ପଡିପାରେ ବୋଲି ସେ ଚେତାଇ ଦେଇଛନ୍ତି । ଜନତାଙ୍କୁ ଭାୟଭୀତ କରିବା ଅନୁଚିତ୍‌ । ଦେଶରେ ଭୟର ବାତାବରଣ ସୃଷ୍ଟି ନହେବା ଉଚିତ୍‌ । ଲୋକଙ୍କୁ ଚିନ୍ତାରୁ ମୁକ୍ତି ଦେବା ପାଇଁ ପୂର୍ବ ଅନୁଭବକୁ ବିଚାର କରି ଆମକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।

କରୋନା ଗାଇଡ୍‌ଲାଇନ୍‌ସ ମାନି ଚଳିବାକୁ ପଡ଼ିବ । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ଖୁବ୍‌ କମ୍‌ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ ପୁଣି ବଢ଼ିବାରେ ଲାଗିଛି । ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ତେଣୁ ଦେଶବାସୀଙ୍କୁ ଅନୁରୋଧ, ସତର୍କ ରୁହନ୍ତୁ । ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟ୍‌-ଟ୍ରାକ୍‌ ଏବଂ ଟ୍ରିଟ୍‌କୁ ପୁଣିଥରେ ଗମ୍ଭୀରତାର ସହିତ ନେବା ଦରକାର । ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ, ଆର୍‌ଟି-ପିସିଆର୍‌ ଟେଷ୍ଟ ସଂଖ୍ୟା ୭୦ ପ୍ରତିଶତ ବଢ଼ାଇବାକୁ ପଡ଼ିବା । କେରଳ, ୟୁପି ଏବଂ ଛତିଶଗଡ଼ରେ ରାପିଡ୍‌ ଟେଷ୍ଟିଂ ଜାରି ରହିବା ଆବଶ୍ୟକ ।ଭ୍ୟାକ୍ସିନେସନ୍‌ ବା ଟିକାକରଣକୁ ନେଇ ମୋଦି କହିଛନ୍ତି ଯେ, ଦେଶରେ ଟିକାକରଣକୁ ଆହୁରି ବଢ଼ାଇବାକୁ ପଡ଼ିବ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ୟୁପିରେ ଟିକାକରଣ ମାତ୍ର ୧୦ ପ୍ରତିଶତ ରହିଛି । ଏହାକୁ ବଢ଼ାଇବାକୁ ହେବ ।

Get real time updates directly on you device, subscribe now.

Leave A Reply

Your email address will not be published.