THE BYAPINI

‘ସାମ୍ବାଦିକଙ୍କୁ ଦିଆଯାଉ କରୋନା ଟିକା’

Get real time updates directly on you device, subscribe now.

ସାମ୍ବାଦିକଙ୍କୁ ଦିଆଯାଉ କରୋନା ଟିକା । ରାଜ୍ୟ ସରକାର ସାମ୍ବାଦିକଙ୍କୁ ଟିକା ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଟୀକାକରଣରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକଙ୍କୁ ସାମିଲ କରାଯିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ଜ୍ୟରେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଯୋଦ୍ଧାଙ୍କୁ ଫେବ୍ରୁଆରୀ ମାସରେ ଟିକା ଦିଆଯାଇଛି । ତେବେ କୋଭିଡ୍ ଯୁଦ୍ଧରେ ନିୟୋଜିତ ଆଉ କିଛି ଶ୍ରେଣୀ ପ୍ରତି ବିପଦ ଥିଲେ ମଧ୍ୟ ସେମାନଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ମିଳିନାହିଁ । ସେମାନଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ପ୍ରଦୀପ୍ତ ମହାପାତ୍ର ।

ସେହିପରି ବିମାନବନ୍ଦର, ରେଲୱେ, ବନ୍ଦର କର୍ମଚାରୀଙ୍କୁ ଟିକା ପାଇଁ ଅନୁରୋଧ କରାଯାଇଛି। ବିଭିନ୍ନ ଜରୁରୀକାଳୀନ ସେବା ଯେଭଳି ପାନୀୟ ଜଳ ବଣ୍ଟନ, ବିଦ୍ୟୁତକରଣ କାର୍ୟ୍ୟରେ ନିୟୋଜିତ କର୍ମୀଙ୍କୁ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେବାକୁ ଚିଠି ଲେଖି ଦାବି କରିଛନ୍ତି । ସେହିପରି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ସାମିଲ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ଅଛି ।

ଜାନୁଆରୀ ୧୬ ତାରିଖରେ ଭାରତରେ ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଦ୍ୱିତୀୟ ପର୍ୟ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏବେ ବୃଦ୍ଧ, ବୃଦ୍ଧା ଓ ରୋଗାଗ୍ରସ୍ତ ଲୋକଙ୍କୁ ଟିକା ଦିଆ ଯାଉଛି। ମଙ୍ଗଳବାର ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.