ବିପଦ ବଢାଇବ କି କଟକ?
ରାଜ୍ୟରେ ଏବେ କରୋନା ସଂକ୍ରମଣ ୧୦୦ ତଳେ ରହିଥିବା ବେଳେ ଚିନ୍ତା ବଢାଇଛି କଟକ । କଟକରେ ପୁଣି ଉପୁଜିବ କି ପୂର୍ବ ସ୍ଥିତି । କଟକର ଏକ ଘରୋଇ ସାଇନ୍ସ କଲେଜରୁ ୧୨ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପୁଣି ଫେରିଛି ଭୟ । ୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଲେଜକୁ ୧୦ ଦିନ ପାଇଁ ବନ୍ଦ କରିଛି ସିଏମ୍ସି।
ରାଜ୍ୟରେ ଆଜି ୮୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କଟକରୁ କେବେଳ ୨୫ ଜଣ ଚିହ୍ନଟ ହୋଇଛନ୍ତି । ଘରୋଇ କଲେଜରେ ୧୨ଜଣ କୋଭିଡ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଆଡମିନ କର୍ମଚାରୀ ଅଛନ୍ତି । ଏହି କଲେଜରୁ ଏବେ ଅସ୍ଥାୟୀ ଭାବେ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ସ୍ୱତନ୍ତ୍ର ଟିମ୍ ଦ୍ୱାରା ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୨୫ଜଣଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । କୌଣସି ବାହାର ଗାଡିୟାନ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଯିବା ଆସିବା ଉପରେ ବାରଣ କରାଯାଇଛି । ଏହି କଲେଜରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ହେଲେ ପରେ ଏହି ୩ଜଣଙ୍କୁ ସଂଗରୋଧରେ ନରହିବା କାରଣରୁ ଏବେ ଆଉ ୧୨ ଜଣଙ୍କ ପାଖେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ରହିଛି ।କିଛି ଦିନର ବ୍ୟବଧାନ ପରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।