ସରିଛି ମତଦାନ, ଷ୍ଟ୍ରଙ୍ଗରୁମରେ ଇଭିଏମ୍: ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ପୁର୍ବରୁ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି
ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ସୁରୁଖୁରୁରେ ଶେଷ ହୋଇଛି । ଏବେ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ଇଭିଏମ ରହିଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।
ବାଲେଶ୍ୱର ନିର୍ବାଚନ ମଣ୍ଡଳିରେ ୭୧% ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳିରେ ୬୯.୯୯% ମତଦାନ ହୋଇଛି। ଉଭୟ ନିର୍ବାଚନ ମଣ୍ଡଳିରେ ମକ୍ ପୋଲ ବେଳେ ୨ ଗୋଟି ବାଲାଟ୍ ୟୁନିଟ୍, ୨ଟି କଣ୍ଟ୍ରୋଲ ୟୁନିଟ ଓ ୧୫ଟି ଭିଭିପ୍ୟାଟ୍ରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତତ୍କ୍ଷଣାତ୍ ଏହାକୁ ଇସିଆଇର ଯନ୍ତ୍ରୀମାନେ ଠିକ୍ କରିଥିଲେ। ସେହିପରି ଭୋଟ ଗ୍ରହଣ ସମୟରେ ଭିନ୍ନ ଭିନ୍ନ ବୁଥରେ ୨ଟି ବାଲାଟ୍ ୟୁନିଟ୍, ୨ଟି କଣ୍ଟ୍ରୋଲ ୟୁନିଟ୍ ଓ ୭ଟି ଭିଭିପ୍ୟାଟ୍ରେ ତ୍ରୁଟି ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଇଞ୍ଜିନିୟରଙ୍କ ଦ୍ବାରା ତତ୍କ୍ଷଣାତ୍ ସଜଡ଼ା ଯାଇ କାର୍ୟ୍ୟକ୍ଷମ କରାଯାଇଥିଲା। ବାଲେଶ୍ୱର ଟାଉନରେ ୧୨୪ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ବ୍ରିଜ ନିର୍ମାଣ ପ୍ରସଙ୍ଗରେ ଭୋଟ ବର୍ଜନ କରିଛନ୍ତି ଭୋଟର । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୁଶୀଲ କୁମାର ଲୋହାନୀ ।
ସେପଟେ ଫଳାଫଳ ଆଗରୁ ବିଜେଡିର ଦମ୍ଭୋକ୍ତି ।୨ଟି ଆସନରେ ବିଜେଡି ଜିତିବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ବାଲେଶ୍ୱର ଓ ତିର୍ତୋଲରେ ଦଳ ବଡ଼ ବ୍ୟବଧାନରେ ଜିତିବ ବୋଲି ସେ କହିଛନ୍ତି । ସେପଟେ ୨ଟି ଯାକ ଆସନରେ ବିଜେପି ନିଶ୍ଚୟ ଜିତିବ ବୋଲି କହିଛି ।