THE BYAPINI

ଏ ବର୍ଷ ବି ଫିକା ପଡିବ!

Get real time updates directly on you device, subscribe now.

ଆଗକୁ ଆସୁଛି ଦୋଳ ଓ ହୋଲି । ହେଲେ ଠିକ ବର୍ଷକ ପରେ କମବ୍ୟାକ କରିଛି କରୋନା । ଦେଶରେ ସଂକ୍ରମଣ ଉପରମୁହାଁ ଥିବା ବେଳେ ରାଜ୍ୟରେ ମଧ୍ୟ ସେଂଚୁରୀ ପାର କଲାଣି । ତେଣୁ ଏବର୍ଷ ବି ଆଉ ଜମିବନି ରଙ୍ଗ ଖେଳର ମଜା । ସଂକ୍ରମଣ ବୃଦ୍ଧି ଆଶଙ୍କାରେ କଡାକଡି ହେବ କରୋନା କଟକଣା ।

ଦୋଳ ଓ ହୋଲି ପର୍ବ ପାଇଁ କଟକ ଡିସିପି ନୂଆ କୋଭିଡ୍ କଟକଣା ଜାରି କରିଛନ୍ତି। କଟକରେ ଦୋଳ ମେଲଣ ପଡିଆରେ ୨ ଶହ ଲୋକଙ୍କୁ ଅନୁମତି ମିଳିଛି । ଦୋଳ ନିକଟରେ ୧୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ୟ୍ୟକ୍ରମକୁ ମଧ୍ୟ ଅନୁମତି ମିଳିନାହଁ । ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ୍ ଓ ଜନଗହଳି ନକରିବାକୁ କଡ଼ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। କେବଳ ପରମ୍ପରା ଓ ବିଧି ମୁତାବକ କାର୍ୟ୍ୟକ୍ରମ ହେବ ।

ସେହିପରି ରଂଗ ଖେଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ହୋଲିରେ ଗୀତ, ନାଚ, ଡିଜେ ଆଦି ବଜାଇବାକୁ ବାରଣ କରିଛନ୍ତି ଡିସିପି। କଟକରେ ଗତ ତିନିରୁ ଚାରି ଦିନ ହେବ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଯେପରି ଅଧିକ ସଂକ୍ରମଣ ନବଢେ ସେଥିପାଇଁ ସମସ୍ତଙ୍କୁ କରୋନା କଟକଣା ମାନିବ ସତର୍କ ରହିବାକୁ ପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.