THE BYAPINI

ଠିକ୍ ବର୍ଷକ ପୂର୍ବେ..

Get real time updates directly on you device, subscribe now.

୧୯ ମାର୍ଚ୍ଚ, ୨୦୨୦ । ଦେଶରେ ସଂକ୍ରମଣ ଯେତେବେଳେ ଦ୍ରୁତି ଗତିରେ ବଢିବାରେ ଲାଗିଥିଲା, ସରକାରଙ୍କ ନିୟନ୍ତ୍ରଣ ବାହାରକୁ ପଳାଇଆସିଲା, ଠିକ ବର୍ଷକ ପୂର୍ବେ ଭାରତରେ ଘୋଷଣା ହୋଇଥିଲା ‘ଜନତା କର୍ଫ୍ୟୁ’ । କରୋନା ଚେନ୍ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ ପାଇଁ ଘୋଷଣା କରିଥିଲେ । ଦେଶବାସୀ ମଧ୍ୟ ଜନତା କର୍ଫ୍ୟୁକୁ ଅଭୁତ ପୂର୍ବେ ସମର୍ଥନ କରିବା ସହ ଘରୁ ନବାହାରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ପାଳନ କରିଥିଲେ ।

ଆଉ ଠିକ ବର୍ଷକ ପରେ ପୁଣି କମବ୍ୟାକ କରିଛି କରୋନା । ଲୋକେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କଲାବେଳକୁ ପୁଣି ଦେଶରେ ବୃଦ୍ଧି ପାଇଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ୩୯,୭୨୬ ନୂଆ ସଂକ୍ରମିତ । ଗତକାଲି ୩୫ ହଜାର ଉପରେ ସଂକ୍ରମଣ ଥିବା ବେଳେ ଆଜି ୪୦ ହଜାର ପାଖପାଖି ପହଚିଂଛି । ତେଣୁ ଲୋକଙ୍କ ଭିତରେ ପୁଣି ଏକ ଭୟ ଖେଳିଯାଇଛି । ଲକଡାଉନ, ସଟଡାଉନ, ନାଇଟ କର୍ଫ୍ୟୁରୁ ମୁକୁଳି ସାମାନ୍ୟ ନିଶ୍ୱାସ ମାରୁଥିବା ଲୋକେ ପୁଣି କାଳେ ସେହି ପରିସ୍ଥିତିରେ ପଡିଯିବ ତାକୁ ନେଇ ଭୟଭୀତ ହୋଇପଡିଛନ୍ତି । ଦେଶରେ ୬ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କିଛି କିଛି ସ୍ଥାନରେ କଂଟେନମେଂଟ ଜୋନ, ନାଇଟ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଛି । ତେଣୁ ଏବେଠୁ ଯଦି ସତର୍କ ନହେବା ତେବେ ପୂର୍ବ ପରି ସ୍ଥିତି ଉପୁଜିପାରେ ।ତେଣୁଏବେଠୁ ସାବଧାନ ହୋଇଯିବାର ଆବଶ୍ୟକତା ରହିଛି ।

ମାର୍ଚ୍ଚ ୨୨ ତାରିଖ ୨୦୨୦ରେ ସାରା ଦେଶରେ ସକାଳ ୭ଟା ରୁ ରାତି ୯ଟା ଯାଏଁ ଜନସାଧାରଣଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଥିଲା । କେବେଳ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଯାତାୟାତ, ଦୋକାନ ବଜାର ବନ୍ଦ ରହିଥିଲା । ସମସ୍ତଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏହା ସହ ମହାସଙ୍କଟ ସମୟରେ କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୨ ତାରିଖ ସନ୍ଧ୍ୟା ୫ ଟା ବେ‌ଳେ ନିଜ ନିଜ ଘରର ବାଲକୋନି କିମ୍ବା ଘର ବାହାରେ ଛିଡା ହୋଇ ୫ ମିନିଟ୍ ପାଇଁ ତାଳି ବଜାଇ, ଥାଳି ବଜାଇ କିମ୍ବା ଘଣ୍ଟି ବଜାଇବା ପାଇଁ ନିବେଦନ କରିଥିଲେ ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.

Leave A Reply

Your email address will not be published.