THE BYAPINI

ଦିନକରେ ୪୧ ହଜାର..

Get real time updates directly on you device, subscribe now.

ପୁଣି ଫେରିଲା କରୋନା ଭୟ । ଦେଶରେ ୨୦ରୁ ୩୦ ହଜାର ଭିତରେ ରହୁଥିବା କରୋନା ସଂକ୍ରମଣ ଏବେ ୪୦ ହଜାର ପାର କରିଛି । ଗତକାଲି ୩୯ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ଛୁଇଁବାକୁ ବସିଛି। ବୃଦ୍ଧି ପାଉଥିବା କରୋନା ମାମଲା ପୁଣି ଚିନ୍ତା ବଢ଼ାଇଛି। ସେହପରି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଲାଣି ।

ଦେଶରେ ପୁଣି କରୋନା କାୟା ମେଲାଇଛି । ଦିନକୁ ଦିନ ଉପରମୁହାଁ ହେଉଛି କରୋନା ଗ୍ରାଫ୍ । ଦିନକରେ ୪୦ ହଜାର ୯୫୩ ହଜାର ଲୋକଙ୍କ ପଜିଟିଭ ରିପୋର୍ଟ ଆସିଛି। ସେହିଭଳି ୨୪ ଘଣ୍ଟାରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୨୫ ହଜାର ୬୮୧ ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ତାଲିକା ଅନୁଯାୟୀ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୧୫ ଲକ୍ଷ ୫୫ ହଜାର ୨୮୮ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୨୫ ହଜାର ୬୮୧ ମାମଲା ରେରେକର୍ଡ ହୋଇଛି। ଗତ ବର୍ଷ ମହାମାରୀ ଆରମ୍ଭ ହେବାପରେ ଗୋଟିଏ ଦିନରେ ସାମ୍ନାକୁ ଆସିବା ମାମଲାରେ ମଧ୍ୟରେ ଏହା ଦ୍ୱିତୀୟ ସର୍ବାଧିକ ସଂଖ୍ୟା। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୨୨ ହଜାର ୦୨୧ରେ ପହଞ୍ଚିଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.