କଟକ ପାଇଁ ପୁଡୁଚେରୀ କାଳ!
କଟକ ପାଇଁ ବିପଦ ଆଣିବ କି ପୁଡୁଚେରୀ ? କଟକରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେବଳ ଏକ ଘରୋଇ ଶିକ୍ଷାନୁଷ୍ଠାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆକ୍ରାନ୍ତମାନେ ଶିକ୍ଷାନୁଷ୍ଠାନର କର୍ମଚାରୀ । ତେବେ ଆକ୍ରାନ୍ତଙ୍କ ପୁଡୁଚେରୀ ଲି୍ଙ୍କ ଥିବା ଜଣାପଡିଛି ।
ଘରୋଇ ଶିକ୍ଷାନୁଷ୍ଠାନର ୩୫ ଜଣଙ୍କ ନମୂନା ପରୀକ୍ଷା ମଧ୍ୟରୁ ୧୭ ଜଣ ପଜିଟିଭ ଥିବା ଜଣାପଡିଛି । ଶିକ୍ଷାନୁଷ୍ଠାନର କିଛି କର୍ମଚାରୀ ପଣ୍ଡିଚେରୀ ଯିବା ଆସିବା କରୁଥିଲେ । ତେଣୁ ସଂକ୍ରମଣ ଚେନ୍ ପୁଡୁଚେରୀ ଲିଙ୍କ ଥିବା ସନ୍ଦେହ କରାଯାଉଥିବା କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ। ତେଣୁ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଏହି ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ସଂଗରୋଧରେ ରଖାଯାଇଛି । ପଜିଟିଭ ମାନଙ୍କ କଂଟାକ୍ଟ ଟ୍ରେସିଂ ଚାଲିଥିବା କହିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ। କଣ୍ଟାକ୍ଟ ଟ୍ରେସିଂ ପରେ ସେମାନେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ିବ।
ରାଜ୍ୟରେ ସଂକ୍ରମଣ ବଢିବଢି ଚାଲିଥିବା ବେଳେ କଟକରେ ମଧ୍ୟ ସଂକ୍ରମଣ ବଢୁଛି । ରାଜ୍ୟରେ ଗତ ୨୪ ଘଂଟାରେ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।