THE BYAPINI

କରୋନା କରିବ ହୋଲି ଫିକା!

Get real time updates directly on you device, subscribe now.

ଦେଶରେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଧୀରେ ଧୀରେ ସଂକ୍ରମଣ ବଢିବାରେ ଲାଗିଛି । ଆଗକୁ ଯେପରି ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ନଯାଏ ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗତକାଲି କଟକରେ ହୋଲି ଓ ଦୋଳ ଉପରେ କଟକଣା ଜାରି କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ପାଇଁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି ।

ସର୍ବସାଧାରଣରେ ହୋଲି ଖେଳିବାକୁ ବାରଣ କରାଯାଇଛି । ସମସ୍ତେ ନିଜ ନିଜ ଘରେ ରହି ପରିବାର ଲୋକଙ୍କ ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ତେବେ ରଂଗ ବିକ୍ରି ଉପରେ କଟକଣା ଜାରି କରାଯାଇନାହିଁ । ରଂଗ ଦୋକାନ ଖୋଲିବାରେ କୌଣସି କଟକଣା ନାହିଁ ବୋଲି ବିଏମସି କମିଶନର କହିଛନ୍ତି । ଏସଆରସିଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍କୁ ପାଳନ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଦୋଳି ଓ ହୋଲି ପାଇଁ ଅଲଗା ଅଲଗା ନିୟମ ରହିବ । ଦୋଳ ଯାତ୍ରାରେ ପ୍ରତି ବିମାନରେ ମାତ୍ର ୫ ଜଣ ସଦସ୍ୟ ରହିବେ । ଦୋଳ ମେଳଣରେ ସର୍ବାଧିକ ୫୦ରୁ ୬୦ ଜଣ ଲୋକ ଏକାଠି ହୋଇ ପାରିବେ । ଦୋଳ ମେଳଣ ଉତ୍ସବ ପାଇଁ ଆୟୋଜକଙ୍କୁ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି କହିଛନ୍ତି ବିଏମସି କମିସନର । କରୋନା ସଂକ୍ରମଣ ଯେପରି ଆଗକୁ କିିଛି ବିପଦ ନଆଣେ ସେଥିପାଇଁ କଟକଣା କଡାକଡି କରିବାକୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.