THE BYAPINI

ରାଷ୍ଟ୍ରପତି ଶିଖାଇଲେ ସଫଳତାର ସୂତ୍ର

Get real time updates directly on you device, subscribe now.

ଚାପମୁକ୍ତ ହୋଇ ପାଠପଢନ୍ତୁ ପିଲା । ଛାତ୍ରଛାତ୍ରୀମାନେ ନିଜ ସ୍ୱପ୍ନ ପୂରଣ ପାଇଁ ବାଟ ବାଛନ୍ତୁ । ନିଜର ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ କରନ୍ତୁ । ଏମିତି କାମ କର ଯାହା ତୁମକୁ ଶାନ୍ତି ଦେବ, ବାପାମାଆଙ୍କୁ ଗର୍ବ ଆଣିଦେବ… ଏନଆଇଟିର ସଫଳ ଛାତ୍ରଛାତ୍ରୀମାନେ ବିଶ୍ୱର କୋଣ ଅନୁକୋଣରେ ବଡ ବଡ ସ୍ଥାନରେ ନିଜର ଦକ୍ଷତା ଦେଖାଇ ଭାରତକୁ ଗର୍ବ ଆଣିଦେଇଛନ୍ତି…ମୋର ବିଶ୍ୱାସ ପିଲାମାନେ ଦେଶର ଲକ୍ଷ୍ୟକୁ ପୂରଣ କରିବେ… କିଛି ଏମିତି ସମ୍ବୋଧନ କରି ରାଉରକେଲା ଏନଆଇଟିର ଛାତ୍ରଛାତ୍ରୀଙ୍କ ମନରେ ସାହସ, ଆତ୍ମବିଶ୍ୱାସ ଭରିଛନ୍ତି ରାଷ୍ଟ୍ରପତି । ଏଥିସହ ଜୀବନରେ ସଫଳତା ପାଇବାର ସୂତ୍ର ନିଜ ଭାଷଣ ମାଧ୍ୟମରେ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ରାଉରକେଲା ଏନଆଇଟିର ଅଷ୍ଟାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଓଡିଶାର କଳା, ସଂସ୍କୃତି କଥା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡିଶା ନିଜର କଳା, ସଂସ୍କୃତି ପାଇଁ ପ୍ରସିଦ୍ଧ ଲାଭ କରିଛି । କୋଣାର୍କର ସୂର୍ୟ୍ୟ ମନ୍ଦିର କଳା ଓ ବିଜ୍ଞାନର ଏକ ବଳିଷ୍ଠ ଉଦାହରଣ, ଉତ୍କୃଷ୍ଟ ନିଦର୍ଶନ । ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି ଅବସରରେ ମୋଟ ୧୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ୭୫୩ ଜଣ ବିଟେକ ସ୍ନାତକ, ୫୯୯ ଏମଟେକ ଏବଂ ୧୧୮ ଜଣ ପିଏଚଡିଧାରୀ ଅଛନ୍ତି । ତେବେ ସମାରୋହରେ ୫ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୭୦ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଛି ।

ତେବେ ରାଷ୍ଟ୍ରପତିଙ୍କ ଠାରୁ ଡିଗ୍ରୀ ଓ ପଦକ ହାସଲ କରିବା ପରେ ଖୁସି ଅଛନ୍ତି ଛାତ୍ରଛାତ୍ରୀ । ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବା ଆମ ଜୀବନର ବଡ ସ୍ମୃତି, ବଡ ଉପହାର ବୋଲି ଛାତ୍ରଛାତ୍ରୀ ବଖାଣିଛନ୍ତି । ତେବେ ଏନଆଇଟି ପରେ ଆଜି ଆଇଜିଏଚର ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନୀ କାର୍ୟ୍ୟକ୍ରମରେ ଯୋଗଦେବେ । ଏହାପରେ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରୀଯାପନ କରିବା ସହ ଆସନ୍ତାକାଲି ଶ୍ରୀମନ୍ଦିର ଓ କୋଣାର୍କ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ।

Get real time updates directly on you device, subscribe now.

Leave A Reply

Your email address will not be published.