କରୋନା ଜାଲରେ ଜାଭିୟର ! ୪୫ ପଜିଟିଭ…
ସାବଧାନ ! ଭୁବନେଶ୍ୱରବାସୀ ଭୟଙ୍କର ହେଉଛି ଭୂତାଣୁ । ରାଜଧାନୀ ଛାତି ଉପରେ ଗଢି ଉଠିଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ସୀମା ଡେଇଁବା ପରେ ଏବେ ଘାରିଲା ଚିନ୍ତା । କରୋନା ନିୟମକୁ ନମାନିଲେ କି କଟକଣା ନପାଳିଲେ ପୁଣି ସାଙ୍ଘାତିକ ହୋଇପାରେ ସ୍ଥିତି ।
ତେବେ ବଡ ଖବର ହେଉଛି ଭୁବନେଶ୍ୱର ଏକ୍ସଆଇଏମବି ଇନଷ୍ଟିଚ୍ୟୁଟରୁ ୪୫ କରୋନା ପଜିଟିଭ ବାହାରିଛନ୍ତି । ଗୋଟିଏ ଇନଷ୍ଟିଚ୍ୟୁଟରୁ ୪୫ ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜଣାପଡିଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଉକ୍ତ ଶିକ୍ଷାନୁଷ୍ଠାନରେ ବହୁ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୂରା କ୍ୟାମ୍ପସକୁ ସିଲ୍ କରାଯାଇଛି । ବିଏମସି ପକ୍ଷରୁ ସେଠାରେ କଟକଣା ଲଗାଯାଇଛି । ପୂରା ଶିକ୍ଷାନୁଷ୍ଠାନକୁ ସାନିଟାଇଜ କରିବା ସହ ଜାଭିୟରକୁ କେହି ପଶିପାରିବେନି କି ଭିତରୁ ବାହାରକୁ ବାହାରିପାରିବେନି । ବିଏମସି ବିନା ଅନୁମତିରେ ଜାଭିୟର ଭିତରକୁ ଯାଆସ ବନ୍ଦ ।
ସେପଟେ ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ସମୀକ୍ଷା ବୈଠକ କରିବେ । ତେବେ ରାଜ୍ୟରେ ବଢୁଥିବା ସଂକ୍ରମଣ ଯଦି ନିୟନ୍ତ୍ରଣକୁ ନଆସେ ତେବେ ଲକଡାଉନ ଭଳି ସ୍ଥିତି ପୁଣି ଫେରିପାରେ ବୋଲି କୁହାଯାଉଛି । ତେଣୁ ସମସ୍ତେ କରୋନା ନିୟମ ମାନନ୍ତୁ ।