THE BYAPINI

ଶୀତରେ ବଢିପାରେ କରୋନା: ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଆଶଙ୍କା, ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ୱେଭ ସମ୍ଭାବନା

Get real time updates directly on you device, subscribe now.

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଡିସେମ୍ବର ଦ୍ୱିତୀୟ ସପ୍ତାହ ପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସମ୍ଭାବନା ରହିଛି । ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ଭିତରେ ଏହି ସେକେଣ୍ଡ ୱେଭ୍ ଆସିବାର ଆଶଙ୍କା ରହିଛି । କାରଣ ଏହି ସମୟରେ ଓଡିଶାରେ ସବୁଠାରୁ ଅଧିକ ଥଣ୍ଡା ପଡିଥାଏ । ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର‌୍ୟ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ କୋଭିଡ୍ ମୁକାବିଲା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି।

ୟୁରୋପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇଛି । କେରଳରେ ଦ୍ୱିତୀୟ ପର‌୍ୟ୍ୟାୟ ସଂକ୍ରମଣ ସେଠାକାର ପରିସ୍ଥିତିକୁ ଗମ୍ଭୀର କରିଦେଇଛି । ଓନାମ ପର୍ବ ପରେ ସେଠାରେ ସଂକ୍ରମଣ ହଠାତ ବଢ଼ିବାକୁ ଲାଗିଥିଲା । ତେବେ ଦିଲ୍ଲୀ ଓ କଲିକତାରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ସେଠାରେ ଦ୍ୱିତୀୟ ପର‌୍ୟ୍ୟାୟ ସଂକ୍ରମଣ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ୟୁରୋପର ଅନେକ ଦେଶରେ ଦ୍ୱିତୀୟ ପର‌୍ୟ୍ୟାୟ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ଫ୍ରାନ୍ସ , ଇଟାଲୀ, ଜର୍ମାନୀ , ବ୍ରିଟେନ, ବେଲଜିୟମ ଓ ଅଷ୍ଟ୍ରିଆରେ ପୁଣି ଥରେ ଲକଡାଉନ କଟକଣା ଲାଗୁ କରାଯାଇଛି ।

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆଦୌ କୋହଳ ମନୋଭାବ ପୋଷଣ ନ କରି ପୂର୍ବଭଳି କୋଭିଡ୍ ନିୟମ ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ। ଲକ୍‌ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି କୁହାଯାଇପାରେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମିଛି ଏବଂ ଏହା ସନ୍ତୋଷଜନକ। ତଥାପି ଓନାମ୍ ପର୍ବ ପାଳନ ପରେ କେରଳରେ ଯେଉଁ ପରିସ୍ଥିତି ଉପୁଜିଲା, ଦିଲ୍ଲୀରେ ବର୍ତମାନ ଯେଉଁ ଅବସ୍ଥା ଦେଖାଦେଲେଣି, ସେକଥାକୁ କେହି ଭୁଲିଯିବା ଉଚିତ୍ ନୁହେଁ। ଆଗକୁ ଦୀପାବଳି ଆସୁଥିବାରୁ ଠିକ୍ ଦୁର୍ଗାପୂଜା ଭଳି ସମସ୍ତଙ୍କୁ ଶୃଙ୍ଖଳା ଓ ସଂଯମ ରକ୍ଷା କରି ପର୍ବ ପାଳନ କରିବାକୁ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.