THE BYAPINI

ମହାମାରୀ ପାଇଁ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା : ନିଷ୍ପତିକୁ ପୂରା ରାଜ୍ୟର ଅପେକ୍ଷା?

Get real time updates directly on you device, subscribe now.


ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଥିବା ବେଳେ ଆସନ୍ତାକାଲି କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଉ ନବୀନଙ୍କ ଏହି ସମୀକ୍ଷା ବୈଠକକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ସମୀକ୍ଷା ପରେ ନବୀନ କଣ ନିଷ୍ପତି ନେବେ ତାହା ତ ପଛ କଥା, କିନ୍ତୁ ସମୀକ୍ଷା ପୂର୍ବରୁ ଯେଉଁ ସଂକେତ ମିଳିଛି ତାହା ବେଶ ଚିନ୍ତାଜନକ । ଭୂତାଣୁ ଯେପରି ପୁଣିଥରେ କାୟା ବିସ୍ତାର ନ କରିବ ସେଥିପାଇଁ ପଞ୍ଚାୟତସ୍ତରର କୋଭିଡ ଯୋଦ୍ଧାଙ୍କ ପୁଣିଥରେ ଆକ୍ଟିଭମୋଡକୁ ଅଣାଯାଇଛି । ଅଥାର୍ତ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ପୁଣିଥରେ କୋଭିଡ ଦାୟିତ୍ୱ ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା । ବାହାରୁ ଗାଁକୁ ଆସୁଥିବା ପ୍ରତିଟି ଲୋକ ଉପରେ ପୁଣିଥରେ ନଜର ରଖିବାର ଦାୟିତ୍ୱ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଦିଆଯିବ ବୋଲି କହିଛନ୍ତି ଏସଆରସି । ଏହାସହ ଗାଁ ଗୁଡିକରେ ଥିବା କୋଭିଡ ପରିଚାଳନା କମିଟି ଗୁଡିକୁ ପୁଣିଥରେ ସକ୍ର୍ରିୟ କରାଯିବ ଏବଂ ଲୋକଙ୍କୁ ସଚେତନ କରିବାକୁ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ପ୍ରଦୀପ ।
ଆସନ୍ତାକାଲି ସମସ୍ତ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପି ମାନଙ୍କ ସହ ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କରିବେ । ତେବେ ଏହା ପୂର୍ବରୁ ସମସ୍ତ କୋଭିଡ କଟକଣାକୁ ପୁଣିଥରେ କଡାକଡି କରାଯାଇଛି । ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ ସହ ମଲ, ବ୍ୟବସାୟିକ ପ୍ରତିଷ୍ଠାନରେ ଯେପରି କୋଭିଡ ଗାଇଡଲାଇନ କଡାକଡି ପାଳନ ହେବ ସେନେଇ ଏସପି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହୁଏତ ସମୀକ୍ଷା ପରେ କଟକଣାକୁ ଆହୁରି କଡାକଡି କରାଯାଇପାରେ । ତେବେ ଲକଡାଉନ କିମ୍ବା ନାଇଟ କର୍ଫ୍ୟୁ ନେଇ ସେଭଳି କୌଣସି ନିଷ୍ପତି ହୋଇନଥିବା ବେଳେ ଆସନ୍ତାକାଲିର ବୈଠକ ଉପରେ ସମସ୍ତଙ୍କର ନଜର ରହିଛି । ଏହାଭିତରେ କରୋନା କଟକଣାକୁ ଗୋଟିଏ ବର୍ଷ ବିତିଛି । ଗତବର୍ଷ ଆଜିର ତାରିଖରେ ପୂରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକଡାଉନ କରିଥିଲେ ସରକାର । ତେଣୁ ପୁଣିଥରେ ଆସନ୍ତାକାଲି ହେବାକୁ ଥିବା ବୈଠକରେ ଲକଡାଉନ ନେଇ ସେଭଳି କୌଣସି ନିଷ୍ପତି ନିଆଯିବନି ତ ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

Get real time updates directly on you device, subscribe now.

Leave A Reply

Your email address will not be published.