THE BYAPINI

ସରକାରୀ ସ୍କୁଲ ପିଲାଙ୍କୁ ସରକାରଙ୍କ ଭେଟି

Get real time updates directly on you device, subscribe now.

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । କାରୀ ହାଇସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢ଼ିବା କ୍ଷେତ୍ରରେ ୧୫ ପ୍ରତିଶତ ସଂରକ୍ଷଣ ଦିଆଯିବ।ବିଧାନସଭାରେ ଏନେଇ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା । କିଛି ମାସ ପୂର୍ବରୁ ଏନେଇ ରାଜ୍ୟ ସରକାର ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବର ସମୀକ୍ଷା ପାଇଁ ହାଇପାଓ୍ୱାର କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁସାରେ ଏନେଇ ସଂକଳ୍ପ ଅଣାଯାଇଥିଲା। ବିଧାନସଭାରେ ଏହା ପାରିତ ହୋଇଛି।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ ଭେଟି । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜନିୟରିଂ ପାଠ୍ୟକ୍ରମରେ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।ସରକାରଙ୍କ ଏଭଳି ନିଷ୍ପତି ଗ୍ରାମଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଗ୍ରାମାଞ୍ଚଳରେ ଇଞ୍ଜନିୟରିଂ ଓ ମେଡିକାଲ ପଢିବାକୁ ଚାହୁଁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଏହି ନିଷ୍ପତି ବେଶ ସହାୟକ ହେବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହାବାଦ ସରକାରଙ୍କ ଏହି ନିଷ୍ପତି ସରକାରୀ ସ୍କୁଲରେ ପାଠ ପଢିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଆଗ୍ରହ ସୃଷ୍ଟି କରିବ ।

ସଂରକ୍ଷଣ ପାଇଁ କ୍ୟାବିନେଟରେ ଆସିଥିଲା ପ୍ରସ୍ତାବ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏହି କମିଟିର ଆଜି ବିଧାନସଭାରେ ରିପୋର୍ଟ ପ୍ରଦାନ କରିଥିଲା । ଏହା ଉପରେ ସଙ୍କଳ୍ପ କରାଯାଇ ସର୍ବସମ୍ମତିକ୍ରମେ ପାରିତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.