ଜାଣନ୍ତୁ କେଉଁ ଜିଲ୍ଲାକୁ ଗଲେ ସଂଗରୋଧ ବାଧ୍ୟତାମୂଳକ..
ମାଲକାନଗିରି ଜିଲ୍ଲାରେ ଆଜି ରାତିରୁ ନାଇଟ କର୍ଫୁ ଜାରି ହେଉଥିବା ବେଳେ କରୋନା ନେଇ କିଛି କଠୋର ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ମାଲକାନଗିରି ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ବାହାର ରାଜ୍ୟରୁ ଫେରୁଥିଲେ ସଙ୍ଗରୋଧ ରହିବା ବାଧ୍ୟତାମୂଳକ । ୭ ଦିନ ହୋମ୍ ଆଇସେଲୋସନ ବାଧ୍ୟତାମୂଳକ କରାଯାଇଛି ।
ମାଲକନାଗିରିରେ କଟକଣା କଡ଼ାକଡି କରାଯାଇଛି । ଏଣିକି ରାଜ୍ୟ ବାହାରକୁ କେହି ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବା ସହ ୭ ଦିନ ହୋମ୍ ଆଇସେଲୋସନ ବାଧ୍ୟତାମୂଳକ କରାଯାଇଛି । ଏଥିସହ କେହି ରାଜ୍ୟ ବାହାରକୁ ଗଲେ ନୋଡାଲ୍ ଅଫିସରଙ୍କୁ ଜଣାଇ ଯିବାକୁ କୁହାଯାଇଛି ।ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟାରେ ଏକ ସମୟରେ ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ମାସ୍କ, ସମାଜିକ ଦୂରତା ପରି କଟକଣାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେପଟେ ଛୁଟିରେ ଗଲେ ଜିଲ୍ଲାସ୍ତରୀୟ ଅଧିକାରୀ ଦେବେ ଗସ୍ତସୂଚୀ । ଏନଫୋର୍ସମେଣ୍ଟ କଡାକଡି ପାଇଁ ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ । ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ । ମାଲକାନଗିରି, ମାଥିଲି, କାଲିମେଳା ଠାରେ ହେବ ସ୍ୱତନ୍ତ୍ର ଫିଭର କ୍ଲିନିକ । ଅନ୍ୟପଟେ ବଡ଼ ଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାତ୍ରୀକାଳୀନ କର୍ଫ୍ୟୁ ଜିଲ୍ଲାରେ ଲାଗୁ ହେଉଛି । ଏହା ମାର୍ଚ୍ଚ ୩୧ ଯାଏ ବଳବତ୍ତର ରହିବ ।ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।