ରାଜ୍ୟରେ ବିଗୁଡିଛି ସ୍ଥିତି
ରାଜ୍ୟରେ ଧୀରେ ଧୀରେ ସ୍ଥିତି ବିଗିଡବାରେ ଲାଗିଲାଣି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବା ବେଳେ ଓଡିଶାରେ ମଧ୍ୟ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ରାଜ୍ୟରେ ୧୦୦ ତଳେ ରହୁଥିବା ସଂକ୍ରମଣ ଏବେ ଦେଢ ଶହ ପାର କରିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ସଂକ୍ରମିତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୯,୨୪୬ରେ ପହଞ୍ଚିଛି । କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ ୭୧ ଜଣ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୨୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ଓ ଖୋର୍ଦ୍ଧାରୁ ୨୩ ଜଣ ଲେଖା ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଗଜପତିରୁ ଜଣେ, ଗଞ୍ଜାମରୁ ଜଣେ, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୭ , କଳାହାଣ୍ଡିରୁ ୮, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୨ ଜଣ, କୋରାପୁଟରୁ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଗତ ୨୪ଘଂଟା ଭିତରେ ୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତମାନ କରୋନା ସଂକ୍ରମିତ ସଂଖ୍ୟା ଏକ ହଜାର ୮ରହିଛି ।
ବଢୁଥିବା କରୋନା ସ୍ଥିତିକୁ ଦେଖିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଗତକାଲି କରୋନା ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟରେ କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ଆରଟିପିସିଆର ଟେଷ୍ଟ ବଢାଇବା ସହ ଜନଗହଳି ପୂର୍ଣ୍ଣ ସ୍ଥାନରେ ଚେକିଂ କଡକାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।