THE BYAPINI

ଓଡିଶାରେ ୟୁକେ ଷ୍ଟ୍ରେନ

Get real time updates directly on you device, subscribe now.

ଦେଶରେ ଚିହ୍ନଟ ହେଉଥିବା କରୋନାର ନୂଆ ଷ୍ଟ୍ରେନ ସରକାରଙ୍କ ଚିନ୍ତା ବଢ଼ାଇଛି। ଓଡିଶାରେ ୟୁକେ ଷ୍ଟ୍ରେନ୍ । ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ ରୂପରେଖ ଚିହ୍ନଟ ହୋଇଛି । ଏଥିରୁ ୭୩୭ ବ୍ରିଟେନ ଷ୍ଟ୍ରେନ, ୩୪ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ, ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ଓଡିଶାରରେ ବ୍ରିଟେନର ୩ଟି ଷ୍ଟ୍ରେନ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଓଡିଶାରେ ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍ କେ ସିଂହଙ୍କ ସୂଚନା ଅନୁଯାୟୀ, ଦେଶର ୧୮ଟି ରାଜ୍ୟରୁ ଆଜି ମୋଟ୍ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ୭୭୧ ରୁ ୭୩୬ ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଥିବା ବେଳେ ବାକି ୩୪ଟି ଷ୍ଟ୍ରେନ ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୩୬ ୟୁକେ ଷ୍ଟ୍ରେନରୁ ଓଡିଶାରୁ ୩ଟି ଥିବା ସୂଚନା ମିଳିଛି। ସର୍ବାଧିକ ୩୩୬ ୟୁକେ ଷ୍ଟ୍ରେନ ପଞ୍ଜାବରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଆମେ ଏ ସଂପର୍କରେ ଅବଗତ ଅଛୁ। ଆଇସିଏମଆର ପକ୍ଷରୁ ହୋଇଥିବା ଜେନମ୍ ସିକୁଏନ୍ସିଂ ସମୟରେ ଏହି ତଥ୍ୟ ଆମପାଖକୁ ଆସିଥିଲା। ଲୋକେ ଭୟଭୀତ ହେବେ ବୋଲି ଆମେ ଏ ବିଷୟରେ ଜଣାଇ ନଥିଲୁ। ଡିସେମ୍ବରରୁ ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ଉପରେ ଆମେ ନଜର ରଖିଥିଲୁ।

ଦେଶରେ ଧିରେ ଧିରେ କରୋନାର ଦ୍ୱିତୀୟ ଲହର କାୟା ବିସ୍ତାର କରିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ ଓ ପଞ୍ଜାବର ସ୍ଥିତି ଖରାପ ହେବାରେ ଲାଗିଛି । ଭାରତରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍‌ ଓ ମାରାତ୍ମକ ଡବଲ ମ୍ୟୁଟାଣ୍ଟ ଭାରିଆଣ୍ଟ ଠାବ ହୋଇଛି। ତେବେ ଏମାନଙ୍କ ସଂଖ୍ୟା ଅଧିକ ପରିମାଣରେ ନାହିଁ। ତେଣୁ ରାଜ୍ୟଗୁଡ଼ିକରେ ସଂକ୍ରମଣ ବ୍ୟାପିବା ପଛରେ ସିଧାସଳଖ ଏହି ଭାରିଆଣ୍ଟ ଦାୟୀ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.