THE BYAPINI

ହ୍ୱାଇଟ ହାଉସ ଛାଡିବା କ୍ଷଣି ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ମେଲାନିଆ: ହୋଇପାରେ ବିବାହ ବିଚ୍ଛେଦ ।

Get real time updates directly on you device, subscribe now.

ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେଇପାରନ୍ତି ମେଲାନିଆ । ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ପରେ ଏଯାଏ ନିଜର ପରାଜୟ ସ୍ୱୀକାର କରିନାହାନ୍ତି ଟ୍ରମ୍ପ । ଏହାରି ଭିତରେ ପନ୍ଦର ବର୍ଷର ‘ଆବଶ୍ୟକତା ପୂରଣ ବିବାହ’ର ପରିସମାପ୍ତି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍‌ଙ୍କ ପତ୍ନୀ ମେଲାନିଆ ଯୋଜନା କରୁଛନ୍ତି। ସେଥିପାଇଁ ସେ ଡୋନାଲ୍ ଟ୍ରମ୍ପ୍‌ଙ୍କ ହ୍ବାଇଟ୍ ହାଉସ୍ ଛାଡ଼ିବା ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ବୋଲି ମେଲାନିଆଙ୍କର ଜଣେ ପୂର୍ବତନ ସହଯୋଗୀ ଦାବି କରିଛନ୍ତି।

ମେଲାନିଆଙ୍କ ପୂର୍ବତନ ସହଯୋଗୀ ଷ୍ଟିଫାନୀ ୱାକଅଫ କହିଛନ୍ତି ହ୍ୱାଇଟ ହାଉସରୁ ବାହାରିବା ମାତ୍ରେ ମେଲାନିଆ, ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡପତ୍ର ଦେବେ । ଏପରିକି ହ୍ୱାଇଟ ହାଉସରେ ଉଭୟଙ୍କ ପୃଥକ ପୃଥକ ବେଡରୁମ ଥିବା ମଧ୍ୟ ଏହି ପୂର୍ବ ସହଯୋଗୀ ଦାବି କରିଛନ୍ତି । ୱଲ୍‌କୋଫ୍ ଆହୁରି ମଧ୍ୟ କହିଛନ୍ତି ଯେ, ହ୍ବାଇଟ୍ ହାଉସ୍‌ରେ ଟ୍ରମ୍ପ୍ ଦମ୍ପତିଙ୍କର ପୃଥକ୍ ଶୟନକକ୍ଷ ଅଛି ଏବଂ ସେମାନଙ୍କର ‘ଆବଶ୍ୟକତା ପୂରଣ ବିବାହ’ ହୋଇଥିଲା।ମେଲାନିଆଙ୍କର ଜଣେ ବାନ୍ଧବୀ କହିଛନ୍ତି ଯେ, ୨୦୧୬ରେ ଟ୍ରମ୍ପ୍ ନିର୍ବାଚନ ଜିତିବାରୁ ମେଲାନିଆ କାନ୍ଦି ପକାଇଥିଲେ। ସେ ଜିତିବେ ବୋଲି ମେଲାନିଆ କଦାପି ଆଶା କରି ନ ଥିଲେ। ସେଥିପାଇଁ ସେ ଦୀର୍ଘ ପାଞ୍ଚ ମାସ ପରେ ଯାଇ ନ୍ୟୁୟର୍କରୁ ୱାସିଂଟନ୍ ଯାଇଥିଲେ। ସେମାନଙ୍କ ପୁଅ ବ୍ୟାରୋନ୍‌ର ସ୍କୁଲ୍ ପଢ଼ା ଚାଲିଛି ବୋଲି ବାହାନା କରିଥିଲେ।

ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ତଥା ଚର୍ଚ୍ଚିତ ଦମ୍ପତି ରହି ଆସିଛନ୍ତି । ଆଉ ଏମାନଙ୍କ ପ୍ରେମକାହାଣୀ ବି କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ । ୧୯୯୮ ମସିହା ନ୍ୟୁୟର୍କ ଟାଇମ୍ସ ସ୍କେ୍ୱୟାର ଠାରେ ଏକ ଫ୍ୟାଶନ ଶୋ’ ପାର୍ଟିରେ ଡୋନାଲ୍ଡ ଓ ମେଲାନିଆଙ୍କ ସାକ୍ଷାତ ହୋଇଥିଲା । ସେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ବୟସ ୫୨ ବର୍ଷ ଥିବାବେଳେ ମେଲାନିଆ ମାତ୍ର ୨୮ ବର୍ଷର ଜଣେ ମଡେଲ ଥିଲେ । ପ୍ରଥମ ଦେଖାରେ ଦୁହିଁଙ୍କ ଆଖି ମିଶିବା ସହ ମନ ବି ମିଶିଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.