ରାଜଧାନୀ ରାଜରାସ୍ତାରେ ଗର୍ଜିଲା କଂଗ୍ରେସ
ରାଜନୈତିକ ରେସରେ ପଛରେ ପଡିଯାଇଥିବା କଂଗ୍ରେସ ଏବେ ପୁଣି ନିଜର ଦବଦବା ଜାହିର କରିବା ପାଇଁ ଅଂଟା ଭିଡିଛି । ରାଜ୍ୟରେ ମଳିନ ପଡିଯାଇଥିବା କଂଗ୍ରେସ ଦଳ ଏବେ ପୁଣି ଆକ୍ଟିଭ ହୋଇଯାଇଛି । ରାଜଧାନୀ ରାଜରାସ୍ତାରେ ଗୁରୁବାର ଦେଖିବାକୁ ମିଳିଛି ଯୁବ କଂଗ୍ରେସ ପକ୍ଷରୁ ଜନ ଆକ୍ରୋଶ ସମାବେଶ । କଂଗ୍ରେସ କର୍ମୀମାନେ ବେକାରୀ ଓ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବା ସହ ବିଧାନସଭା ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜଧାନୀ ରାଜରାସ୍ତାରେ ଗର୍ଜିଲା କଂଗ୍ରେସ । କଂଗ୍ରେସ କର୍ମୀମାନେ ବେକାରୀ ଓ ତୈଳ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛନ୍ତି । ବିଧାନସଭା ଘେରାଇ ପାଇଁ ଯିବା ବେଳେ ପୋଲିସ ସେମାନଙ୍କୁ ଲୋୟର ପିଏମଜିରେ ଅଟକାଇଥିଲା । କଂଗ୍ରେସ କର୍ମୀ ବ୍ୟାପରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଉଦ୍ୟମ କରିଥିଲେ । ଫଳରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ ।
ଏହି ଜନଆକ୍ରୋଶ ସମାବେଶରେ ପିସିସି ସଭାପତି ନିରଞ୍ଜନନ ପଟ୍ଟନାୟକ, ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କା, ଏଆଇସିସି ସେକ୍ରେଟାରୀ ରୁଦ୍ର ରାଜୁ ଓ ବହୁ ବରିଷ୍ଠ କଂଗ୍ରେସ ନେତା , ଯୁବ କଂଗ୍ରେସର ସର୍ବାଭାରତୀୟ ସଭାପତି ସାମିଲ ହୋଇଥିଲେ । ଯୁବ କଂଗ୍ରେ ର ସର୍ବଭାରତୀୟ ସଭାପତି ଶ୍ରୀନିବାସ ବି.ଭି. ମଧ୍ୟ ସମାବେଶରେ ଯୋଗଦେଇଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏକ ମଟର ସାଇକେଲ୍ ରାଲିରେ କଂଗ୍ରେସ ଭବନ ପର୍ୟ୍ୟନ୍ତ ନେଇଥିଲେ ।