THE BYAPINI

ହୋଇପାରେ ଲକଡାଉନ, ଏପ୍ରିଲ୍ ୨ ଯାଏଁ ସ୍ଥିତି ଉପରେ ନଜର

Get real time updates directly on you device, subscribe now.

ସାରା ଦେଶରେ କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଂଗୀନ । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ହୁହୁ ହୋଇ ବଢିବାରେ ଲାଗିଛି । ତେଣୁ କରୋନାକୁ ମାତ୍‌ ଦେବାକୁ କିଛି କଠୋର ପଦକ୍ଷେପ ନେବାକୁ ମଧ୍ୟ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରରେ ଯେମିତି ସଂକ୍ରମଣ ବଢୁଛି ଯଦି ନିୟନ୍ତ୍ରଣ ନହୁଏ , ତାହେଲେ ଆଗକୁ ସ୍ଥିତି ଅସମ୍ଭାଳ ହେବ ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ଯେ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ମନିଟର କରାଯାଉଛି । ଲୋକେ କୋଭିଡ୍ ଗାଇଡଲାଇନ ମାନିବା ଉଚିତ୍‌ । ନଚେତ୍ ଆଗକୁ ଲକଡାଉନର ସମ୍ମୁଖୀନ ହେବାକୁ ପଡିପାରେ । ପ୍ରିଲ ୨ ତାରିଖ ପର୍ୟ୍ୟନ୍ତ ଏହା ଉପରେ ନଜର ରଖାଯିବ। ଯଦି ଲୋକମାନେ କରୋନା ଗାଇଡଲାଇନର ଉଲ୍ଲଂଘନ କରିବା ଜାରି ରଖନ୍ତି ତାହେଲେ ଲକଡାଉନ୍ ଲାଗୁ କରିବା ବ୍ୟତୀତ ସରକାରଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ ।

ଏପରିକି ଯେ କୌଣସି ଲୋକ ଯଦି ନିୟମ ଉଲ୍ଲଙ୍ଘନ କରିବେ ତେବେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ । ମଲ୍, ମାର୍କେଟ, ହଲ ଏସବୁରେ ୫୦ ପ୍ରତିଶତ ଲୋକ ରହିବା ଦରକାର । ଅଧିକ ଗହଳି ନକରି ଯେତେ ସଂଖ୍ୟାରେ କମ୍ ଲୋକ ରୁହନ୍ତୁ । ବିବାହରେ ୫୦ ଲୋକ, ଅନ୍ତ୍ୟେଷ୍ଟିରେ ୨୦ ଜଣ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ପୁଣିଥରେ କୋଭିଡ ହସ୍ପିଟାଲ ସବୁ କାର୍ୟ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଜିତ ପାୱାର ।

Get real time updates directly on you device, subscribe now.

Leave A Reply

Your email address will not be published.