THE BYAPINI

ରେକର୍ଡ ଭାଙ୍ଗୁଛି ଭାଇରସ

Get real time updates directly on you device, subscribe now.

ଦିନକୁ ଦିନ କରୋନାର ସ୍ଥିତି ଭୟଙ୍କର ରୂପ ନେଉଛି । ନିୟନ୍ତ୍ରଣ ବାହାରକୁ ଯାଉଛି ସଂକ୍ରମଣ । ଦେଶରେ ସଂକ୍ରମଣ ଦ୍ରତ ଗତିରେ ବଢି ଚାଲିଛି । ଦେଶରେ ୬୦ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ଯେଉଁଭଳି ଭାବେ କରୋନା ତା’ର ଭୟଙ୍କର ରୂପ ଦେଖାଉଥିଲା ଏବେ ମଧ୍ୟ ଅନରୂପ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ପ୍ରାୟ ୧୬୫ ଦିନ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ଆଜି ୬୦ ହଜାର ପାର୍‌ କରିଛି। ଅକ୍ଟୋବର ମଧ୍ୟଭାଗ ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡସଂଖ୍ୟକ ୬୨,୨୫୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬ ଅକ୍ଟୋବରରେ ସର୍ବାଧିକ ୬୩,୩୭୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିଲା। ସେହିପରି ଦିନକରେ କରୋନା ୨୯୧ ଜଣଙ୍କ ମୁଣ୍ଡ ନେଇଛି। ଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୫୨,୬୪୭ । କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୧ ହଜାର ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ମଳିଛି ।

ମହାରାଷ୍ଟ୍ର ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି। ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ସର୍ବକାଳୀନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏଠାରେ ୩୬,୯୦୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମହାରାଷ୍ଟ୍ର ବ୍ୟତୀତ ପଞ୍ଜାବ ଓ ଗୁଜରାଟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ମାର୍ଚ୍ଚ ୨୮ରୁ ନାଇଟ କର୍ଫ୍ୟୁ ଜାରି ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.