THE BYAPINI

ଏନଆଇଟିରେ କରୋନା ଭୟ

Get real time updates directly on you device, subscribe now.

ବଦଳିଲା ନିଷ୍ପତି । କୋଭିଡ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅଫଲାଇନ୍‌ ନୁହେଁ ଅନଲାଇନ୍‌ରେ ହେବ ନିଟ୍‌ ଶେଷ ବର୍ଷ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା। ଏନଆଇଟି ସିନେଟ ବୈଠକରେ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ତାବିତ ସେମିଷ୍ଟାର ପରୀକ୍ଷା ଅଫଲାଇନ ପରିବର୍ତେ ଅନଲାଇନ ମାଧ୍ୟମରେ କରିବାକୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏନଆଇଟିରେ ଛାତ୍ର ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅନଲାଇନରେ ପରୀଷା କରିବା ପାଇଁ ନିଷ୍ପତ୍ତି ହୋଇଛି ।କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାଚ୍ରୀମାନେ ଅଫଲାଇନ ପରୀକ୍ଷାକୁ ବିରୋଧ କରିଥିଲେ । ଏହାକୁ ନେଇ ଅସନ୍ତୋଷ ତେଜିବାରୁ ଏନଆଇଟି କର୍ତ୍ତୃପକ୍ଷ ଅନଲାଇନରେ ପରୀକ୍ଷା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ପାଇଁ ମାର୍ଚ୍ଚ ୩ ତାରିଖରୁ ନିଟ୍‌ କ୍ୟାମ୍ପସକୁ ଫେରିଥିଲେ ଛାତ୍ରଛାତ୍ରୀ। ହେଲେ ଏହାରି ଭିତରେ ଏନଆଇଟିର ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଦାବି କରିଥିଲେ। କ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରୁ ଅଫଲାଇନ୍‌ରେ ହେବାକୁ ଥିବା ପରୀକ୍ଷାକୁ ବିରୋଧ କରିଥିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ସପ୍ତାହକ ମଧ୍ୟରେ ହଷ୍ଟେଲ ଛାଡ଼ି ଘରକୁ ଯାଇପାରିବେ ବୋଲି କର୍ତୃପକ୍ଷ କହିଛନ୍ତି ।ଖୁବଶୀଘ୍ର କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯିବ ବୋଲି କୁହାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.