THE BYAPINI

କାଳିଆ ଦର୍ଶନ ସପ୍ତାହକୁ ଛଅ ଦିନ

Get real time updates directly on you device, subscribe now.


ଏଣିକି ସପ୍ତାହକୁ ୬ ଦିନ ଦର୍ଶନ ଦେବେ ମହାପ୍ରଭୁ । କରୋନା ପାଇଁ କାଳିଆ ଦର୍ଶନ ଏଣିକି ସପ୍ତାହରେ ୬ ଦିନ ମିଳିବ । ସପ୍ତାହରେ କେବଳ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏଭଳି ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ରବିବାର ଠାରୁ ଏହି ନିଷ୍ପତି ଲାଗୁ କରାଯିବ ବୋଲି ଜଣାପଡିଛି । ଅଥାର୍ତ ଆସନ୍ତା ସପ୍ତାହରୁ ପ୍ରତି ରବିବାର ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଆଉ ଏଭଳି ଘୋଷଣା ଭକ୍ତଙ୍କ ମନରେ ଟିକିଏ ନିରାଶା ସୃଷ୍ଟି କରିଛି ।

ଗତବର୍ଷ କରୋନା କଟକଣା ଲାଗୁ ହେବା ସହ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ମଧ୍ୟ ବାରଣ କରାଯାଇଥିଲା । କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡାଯାଉନଥିଲା । ଦୀର୍ଘ ଦିନ ଧରି ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିଲା । କାଳିଆର ଟିକିଏ ଝଲକ ପାଇବା ପାଇଁ ଭକ୍ତ ବ୍ୟାକୁଳ ହୋଇ ଉଠିଥିଲେ । ତେବେ ରଥଯାତ୍ରାରେ ମହାପ୍ରଭୁ ବଡଦାଣ୍ଡକୁ ଆସିବା ସହ ଭକ୍ତ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ରଥଯାତ୍ରା ହୋଇଥିଲା ବିନା ଭକ୍ତରେ । ତେବେ କରୋନା ସଂକ୍ରମଣ କିଛି ମାତ୍ରାରେ କମିବା ପରେ ପ୍ରାୟ ୯ ମାସ ପରେ ମନ୍ଦିର ଖୋଲିଥିଲା । ଆଉ ଭକ୍ତ କରିଥିଲେ ଜଗାଦର୍ଶନ ।

କୋଭିଡ ଗାଇଡଲାଇନ ଅନୁଯାୟୀ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିଥିଲା । ପ୍ରଥମରୁ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିଥିଲା । ପ୍ରଥମେ ସେବାୟତଙ୍କ ପରିବାର, ପରେ ପୁରୀ ବାସୀ ଓ ପରବର୍ତ୍ତୀ ସମୟରେ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିଥିଲା । କିନ୍ତୁ ଏବେ କରୋନା ପୁଣିଥରେ କାୟା ମେଲାଇବା କାରଣରୁ ମନ୍ଦିର ପ୍ରଶାସନ କିଛି କଟକଣା ଲଗାଇବା ଆରମ୍ଭ କରିଛି । ରବିବାର ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରିଛି ଶ୍ରୀମନ୍ଦିର ପ୍ରଶାସନ ।

Get real time updates directly on you device, subscribe now.

Leave A Reply

Your email address will not be published.